ଦିଲ୍ଲୀରେ ଆପ୍ ର ବିଜୟ ଧାରାର ଅନ୍ତ ଘଟାଇ ବିଜେପି ଦିଲ୍ଲୀରେ ଏକ ଐତିହାସିକ ବିଜୟ ଆଡ଼କୁ ଗତି କରୁଛି । ନୂଆଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ପରାସ୍ତ କରିବା ପରେ ଆପ୍ ପାଇଁ ସବୁଠାରୁ ବଡ଼ ଝଟକା ଲାଗିଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ନୂଆଦିଲ୍ଲୀ ଆସନରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଜଙ୍ଗପୁରୀ ଆସନରୁ ଆପ ପ୍ରାର୍ଥୀ ମନିଷ ସିସୋଡିଆ ପରାସ୍ତ ହୋଇଛନ୍ତି । କେଜ୍ରିୱାଲ ୪୦୮୯ ଖଣ୍ଡ ଭୋଟରେ ପରାଜିତ ହୋଇଥିବାବେଳେ ସିସୋଡିଆ ୬୭୫ ଭୋଟରେ ପରାଜିତ ହୋଇଛନ୍ତି । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । କାଲକାଜି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ରମେଶ ବିଧୁରିଙ୍କୁ ୩୫୨୧ ଭୋଟରେ ପରାଜିତ କରିଛନ୍ତି । Post navigation ଦିଲ୍ଲୀରେ ୨୭ ବର୍ଷ ପରେ ପୁଣି ବିଜେପି ସରକାର ! କେଜ୍ରିୱାଲଙ୍କ ଶୀଷମହଲ ଭାଙ୍ଗି ଚୁରମାର ଦିଲ୍ଲୀରେ ବିଜୟ ପରେ ବୈଜୟନ୍ତ ଧନ୍ୟବାଦର ପାତ୍ର ବୋଲି କହିଲେ ମନମୋହନ