Kash Patel Sworn In As FBI Director, Takes Oath On Bhagavad Gita

ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍‌ବିଆଇ) ର ନବମ ନିର୍ଦ୍ଦେଶକ ଭାବେ ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ଶୁକ୍ରବାର ଦିନ ସେ ଶ୍ରୀମଦ୍ ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ ।

ୱାଶିଂଟନ ଡିସିର ହ୍ୱାଇଟ୍ ହାଉସ୍ କମ୍ପ୍ଲେକ୍ସରେ ଥିବା ଆଇଜେନହାୱର ଏକଜିକ୍ୟୁଟିଭ୍ ଅଫିସ୍ ବିଲଡିଂରେ ଆମେରିକାର ଆଟର୍ଣ୍ଣି ଜେନେରାଲ ପାମ୍ ବୋଣ୍ଡି, କାଶ୍ ପଟେଲଙ୍କୁ ଶପଥ ପାଠ କରାଇଥିଲେ ।

କାଶ ପଟେଲଙ୍କ ନିଯୁକ୍ତିକୁ ଆମେରିକୀୟ ସେନେଟ୍ ୫୧-୪୯ ଭୋଟ ବ୍ୟବଧାନରେ ଅନୁମୋଦନ କରିଛି ।

କାଶ୍ ପଟେଲ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ଼ ସମର୍ଥକ । ତାଙ୍କ ପୂର୍ବ ପୁରୁଷ ଗୁଜୁରାଟ ଆନନ୍ଦ ଜିଲ୍ଲା ଅନ୍ତର୍ଗତ ଭଦ୍ରାନ ଗ୍ରାମର ବାସିନ୍ଦା । ସେ ପଟିଦାର ସମ୍ପ୍ରଦାୟର ଅଟନ୍ତି । ୭୦-୮୦ ବର୍ଷ ତଳେ ତାଙ୍କର ପୁରା ପରିବାର ଭାରତ ଛାଡି ଉଗାଣ୍ଡା ଚାଲିଯାଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *