କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ । ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ରେଳବାହିନୀ ଟିମ୍ ପହଞ୍ଚି ଥିବା ଜଣାପଡିଛି। ଆର୍ପିଏଫ୍ ଏବଂ ଜିଆର୍ପିଏଫ ଏବଂ ସ୍ଥାନୀୟଲୋକ ଉଦ୍ଧାର କରୁଥିବା ଜଣାପଡିଛି। କିନ୍ତୁ ଟ୍ରେନ କିପରି ଲାଇନଚ୍ୟୁତ ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ ଆଜି କଟକ ଚୌଦ୍ବାର-ମଙ୍ଗୁଳି ଷ୍ଟେସନ ନିକଟରେ ୧୧. ୫୪ ସମୟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଚୌଦ୍ବାରର ମଙ୍ଗୁଳି ଷ୍ଟେସନ ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଅନେକ ଯାତ୍ରୀ ଭୟରେ ଟ୍ରେନ୍ରୁ ଡେଇଁ ପଡିଥିଲେ । ଏହି ଲାଇନ୍ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍ଗୁଡିକୁ ବାତିଲ କରିଦିଆଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି କରିଛି । ଘଟଣାସ୍ଥଳରେ ମଧ୍ୟ ଜିଆରପି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । Post navigation ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ ଘଟଣା: ଜାରି ହେଲା ହେଲ୍ପଲାଇନ୍ ନମ୍ବର