ଖୁବ୍ଶୀଘ୍ର ହେବାକୁ ଯାଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ । ଏ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଉଡାନ ଯାତ୍ରୀ କାଫେ’ର ଉଦଘାଟନ ପରେ କେ. ରାମମୋହନ ନାଇଡୁଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଭୁବନେଶ୍ୱର ଏୟାରପୋର୍ଟରେ ହେବ ତୃତୀୟ ଟର୍ମିନାଲ୍ ହେବାକୁ ଯାଉଛି । ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ତେଣୁ ଏବେ ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମାଣ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ୩୫୦ ନୂଆ ଏୟାରପୋର୍ଟ ଯୋଜନା ରହିଛି । ସେ ଆଉ ମଧ୍ୟ କହିଛନ୍ତି ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିସାରିଛି । ରାଜ୍ୟ ସରକାର କେବେ କାମ ଆଗକୁ ବଢାଉଛନ୍ତି, ତାକୁ ହିଁ ଅପେକ୍ଷା ରହିଛି ।ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ସୂଚନା ଯୋଗ୍ୟ; ଚେନ୍ନାଇ, ଅହମ୍ମଦାବାଦ, ପୁନେ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଚି ‘ଉଡାନ ଯାତ୍ରୀ କାଫେ’ । ଏହାକୁ ଉଦଘାଟନ କଲେ କେ. ରାମମୋହନ ନାଇଡୁ । କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ । ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ। Post navigation ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଲିସ୍ ଏସ୍ଆଇ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ଆବେଦେନ