ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ । ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ୍ ଗଭାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ ବିଚାରପତି।

୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ କ୍ୟାରିୟର । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ। ୧୫ ବର୍ଷରୁ ଅଧିକ ସମୟ ପାଇଁ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଓ ପାଣାଜିରେ ବେଞ୍ଚଗୁଡ଼ିକର ଅଧ୍ୟକ୍ଷତା କରିଥିଲେ । ପରେ ୨୪ ମେ, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାସହ ବିହାର ଓ କେରଳର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଆରଏସ ଗବାଇଙ୍କ ପୁଅ ହେଉଛନ୍ତି ବି.ଆର. ଗବାଇ।

ବିଚାରପତି ଥିବା ସମୟରେ, ଜଷ୍ଟିସ୍ ଭି.ଆର. ଗବାଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ, ଯାହା ବହୁ ଆଲୋଚନା ହୋଇଥିଲା। ତାଙ୍କର ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ବୁଲଡୋଜର ଜଷ୍ଟିସ୍, ଧାରା ୩୭୦ ଉଚ୍ଛେଦକୁ ବଜାୟ ରଖିବା, ବିମୁଦ୍ରୀକରଣକୁ ବଜାୟ ରଖିବା, ଏସସି କୋଟାରେ ଉପ-ବର୍ଗୀକରଣକୁ ବଜାୟ ରଖିବା, ମଦ ନୀତିରେ କେ କବିତାଙ୍କୁ ଜାମିନ ପ୍ରଦାନ କରିବା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦୁଇଥର ସମାଲୋଚନା କରିବା ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *