ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ମାନହାନି ମାମଲାରେ ଝାଡ଼ଖଣ୍ଡର ଚାଇବାସାରେ ଥିବା ସାଂସଦ-ବିଧାୟକ କୋର୍ଟ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨୦୧୮ ମସିହାରେ ରାହୁଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ଭାଜପା ନେତା ରାହୁଲଙ୍କ ନାରେ ମାନହାନି ମାମଲା ଦାୟର କରିଥିଲେ।

ଏହି ମାମଲାରେ ରାହୁଲଙ୍କୁ ଅନେକ ଥର ସମନ କରାଯାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଆଜି ସକାଳେ ରାହୁଲ କୋର୍ଟରେ ହାଜର ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଚୈବାସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା ।

ସୂଚନା ଯୋଗ୍ୟ; ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବିବାଦୀୟ ବୟାନ ମାମଲାରେ, ପ୍ରତାପ କୁମାର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଗାନ୍ଧୀଙ୍କ ବିରୋଧରେ ମାନହାନି ଅଭିଯୋଗ ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ରାହୁଲ ଗାନ୍ଧୀ ଅମିତ ଶାହଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜାଣିଶୁଣି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ଏହି ଆବେଦନ ଚାଇବାସାର ମାଜିଷ୍ଟ୍ରେଟ୍ କୋର୍ଟରେ ଦାୟର କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *