କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରେ ଜଣେ ମିଲ ମାଲିକ ଏ. ରମେଶ ପାତ୍ରଙ୍କୁ ଅପହରଣ ଅଭିଯୋଗ। ଗତକାଲି ସନ୍ଧ୍ୟା ଠାରୁ ଘରକୁ ଫେରିନଥିବା ପରେ ଥାନାରେ ଅଭିଯୋଗ କରିଛନ୍ତି ପାରିବାର ଲୋକ। ସେ ପେରାହାଣ୍ଡି SLVN ମୋଡେନ ରାଇସ ମିଲର ମାଲିକ।

ଅଭିଯୋଗ ମୁତାବକ ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇ ତାଙ୍କୁ ଅପହରଣ କରି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ରମେଶ ଘରକୁ ଫେରି ନାହାନ୍ତି। ପରିବାର ଲୋକେ କହିଛନ୍ତି କି, ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି । ହେଲେ କେଉଁ କାରଣରୁ ରମେଶଙ୍କୁ ଅପହରଣ କରାଯାଇଛି ସେନେଇ ପରିବାର ଲୋକେ କିଛି ସ୍ପଷ୍ଟ କରିନାହାଁନ୍ତି । ବୋରିଗୁମ୍ମା ଥାନାରେ ତାଙ୍କ ପରିବାର ଲୋକ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *