ଭୁବନେଶ୍ବରରେ ପୁଣି ସାମ୍ନା କୁ ଆସିଛି ଆଉ ଏକ ଲଭ ଜିହାଦ୍‌ କେସ । ରାଜଧାନୀରେ ଯୁବତୀଙ୍କୁ ପ୍ରେମଜାଲ ରେ ଫସାଇ ଟଙ୍କା ହଡପ କରିନେଇଛନ୍ତି ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲେ ଅଭିଯୁକ୍ତ । ସୋସିଆଲ ମେଡ଼ିଆ ରେ ପ୍ରଥମେ କଥା ହେଇ ନିଜକୁ ସମୀର ବୋଲି ପରିଚୟ ଦେଇଥିଲେ ଅଭିଯୁକ୍ତ ଓ ନିଜକୁ ହିନ୍ଦୁ ବୋଲି କହିଥିଲେ |

ଯୁବତୀ ଙ୍କ ଫୋଟୋ କୁ ଏଡିଟ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିଲେ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା ମାଗିଥିଲେ ଯୁବକ । କେବଳ ସେତିକି ନୁହେଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରି ମୁସଲମାନ ହେବାକୁ ବି ଚାପ ପକାଉଥିଲେ ଅଭିଯୁକ୍ତ ଜଣକ । ଏପରିକି ଯୁବତୀଙ୍କ ବାପା, ମାଆଙ୍କୁ ଝିଅର ଭିଡିଓ ପଠାଇ ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ସମୀର ମନସୁର ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର । ସମୀର ମନସୁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରି ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *