ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ଅଗଷ୍ଟ ୨୧ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ। ଏଥିସହ ନାମାଙ୍କନ ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନ । ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ନାମାଙ୍କନ ଦାଖଲ କରିଥିଲି। ଦଳ ନେତୃତ୍ୱର ନିଷ୍ପତ୍ତି ଅନୁସାରେ ନାମାଙ୍କନ ପ୍ରତ୍ୟାହାର କଲି। ପାର୍ଟିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି। ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜୀ ଥିଲା ଶ୍ରୀ ପ୍ରଧାନ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *