ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲର ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ୧୫ ସେପ୍ଟେମ୍ୱର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧିକୁ ଗୋଟିଏ ଦିନ ଅଥାତ ସେପ୍ଟେମ୍ୱର ୧୬କୁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ସୂଚନା ଯୋଗ୍ୟ ସେପ୍ଟେମ୍ବର ୧୫ ସୁଦ୍ଧା ପ୍ରାୟ ୭.୦୮ କୋଟି ଆଇଟିଆର୍ ଦାଖଲ କରାଯାଇଛି, ଯେତେବେଳେ ପ୍ରାୟ ୬ କୋଟି ଆଇଟିଆର୍ ଇ-ଭେରିଫାଏଡ୍ କରାଯାଇଛି। ପୂର୍ବରୁ, ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧, ୨୦୨୫ ଥିଲା, ଯାହାକୁ ପରେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ, ସିବିଡିଟି ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ବୃଦ୍ଧି କରିଛି। Post navigation ପୁଣି ରାଜ୍ୟରେ ଲଜ୍ଜା; ବାଲି ହରଚଣ୍ଡୀ ପୀଠରେ ଯୁବତୀଙ୍କୁ ଗଣଧର୍ଷଣ ଶ୍ରୀମୟୀ ମିଶ୍ରଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ; ଭି.କେ. ପାଣ୍ଡିଆନଙ୍କୁ ନିଶାନା କରିଥିବା ଥିବା ଚର୍ଚ୍ଚା