ଭୁବନେଶ୍ୱରର ଏକ ଭଡ଼ା ଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଡ଼ା ଘରୁ ବାକ୍ ଶବ୍ଦହୀନ ଆଇଟିଆଇ ଛାତ୍ରୀଙ୍କର ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ। ଏହି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପର ଥାନା ଅଞ୍ଚଳରେ ଘଟିଛି। ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ମୃତଦେହ ଜବତ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ମୃତକ ଜଣକ ରାୟଗଡ଼ାର ବୋଲୋ ସୂଚନା ମିଳିଛି। ଅନ୍ୟପଟେ ପୋଲିସଙ୍କ ଖବର ଦେବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତ୍ୟୁ ପଛରେ ଜଣେ ଯୁବକ ଦାୟୀ ବୋଲି ମୃତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପରିବାରଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ସଂପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଧମକାଇବ ସହ କିଛି ଲୋକ ତାଙ୍କୁ ବ୍ଲାକମେଲ୍ କରୁଥିଲେ । ତାଙ୍କୁ ହଇରାଣ କରିବା ସହ ତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାକୁ ଧମକ ଦେଉଥିଲେ ଯୁବକ। ତେବେ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି । Post navigation BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ