୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶୃତି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ବିଜେପି ଏହାର ଜବାବ ରଖିଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପିର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଭାବେ ପଢିନି। ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ। ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା ପରେ ବଳକା ବିଜୁଳିକୁ ସରକାରଙ୍କୁ ବିକିପାରିବେ ହିତାଧିକାରୀ। କେନ୍ଦ୍ର ବଜେଟ ଆସିବା ପରେ ଏହି ଯୋଜନା ଆରମ୍ଭ ହେବ। ମୋଦି ଯାହା କୁହନ୍ତି ତାହା କାମରେ କରନ୍ତି। ସମସ୍ତ ରାଜ୍ୟରେ ମାଗଣା ବିଜୁଳି ବ୍ୟବସ୍ଥା ଲାଗୁ କରାଯିବ।

ଅନ୍ୟପଟେ ମାଗଣା ବିଜୁଳିକୁ ନେଇ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବିଜେପିକୁ ଟାର୍ଗେଟ୍‌ କରି କହିଥିଲେ, ନିର୍ବାଚନ ବେଳେ ବିଜେଡି ୧୦୦ ୟୁନିଟ୍‌ ମାଗଣା ବିଜୁଳି ଦେବ କହିଥିଲା ବେଳେ ବିଜେପି ୩୦୦ ୟୁନିଟ ଦେବ ବୋଲି କହିଥିଲା। ପ୍ରତିଶୃତି ପ୍ରତାରଣାରେ ପରିଣତ ନ ହେଉ। ବିଜେଡି ପକ୍ଷରୁ ସରକାରଙ୍କୁ ଆମେ ମନେ ପକାଇ ଦେଉଛୁ ବୋଲି ପ୍ରତାପ ଦେବ କହିଥିଲେ।

Leave a Reply

Your email address will not be published. Required fields are marked *