ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଓଏସ୍ଡି ହେଉଛନ୍ତି କଲ୍ୟାଣ ରଥ । ଇଏ କ’ଣ ସେଇ କଲ୍ୟାଣ ରଥ ଯିଏ ୨୦୧୪ ଆର୍. ଉଦୟଗିରି ଦୀପ୍ତି ନଗରର ଆଦିବାସୀ ଆଶ୍ରମ ସ୍କୁଲ୍ର ନସିଂ ଛାତ୍ରୀ ସୁନୀତା ରାଇତାଙ୍କ ଆତ୍ମହତ୍ୟା ଘଟଣାରେ ନିଲମ୍ବିତ ହୋଇଥିଲେ ? ଯଦି ଏଇ କଲ୍ୟାଣ ରଥ ସିଏ ନୁହଁନ୍ତି ତେବେ ସେଇ କଲ୍ୟାଣ ରଥ ଏବେ କେଉଁଠି ? ଯଦି ମୁଖ୍ଯ ଶାସନ ସନ ସଚିବଙ୍କ ଓଏସ୍ଡି ସେଇ କଲ୍ୟାଣ ରଥ ତେବେ ସରକାର ଏକ ମସ୍ତବଡ଼ ଭୁଲ୍ କରିଛନ୍ତି । ତାଙ୍କୁ ବାଛିଲା କିଏ ? ବାଛିବା ପୂର୍ବରୁ ତାଙ୍କର ଅତୀତର ଇତିହାସକୁ ଖୋଳତାଡ଼ କରିଥିଲେ କି ସରକାର ? ଫେରିଯିବା ୨୦୧୪ ଘଟଣାକୁ । ଆର୍ ଉଦୟଗିରି ବ୍ଲକ୍ ଦୀପ୍ତି ନଗରସ୍ଥିତ ଆଦିବାସୀ ନସିଂ ଛାତ୍ରୀ ସୁନୀତା ରାଇତା ଅଗଷ୍ଟ ୧୩ ତାରିଖରେ ଆତ୍ମହତ୍ୟା କରିଥିଲେ। ସେ ୧୬ମାସର ଷ୍ଟାଇପେଣ୍ଡ ପଇସା ପାଇନଥିଲେ। ଏଥିପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ। ଶେଷରେ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଇଥିଲେ। ନିଜ ସୁଇସାଇଡ୍ ନୋଟ୍ରେ ସେ ମୋ’ ଆତ୍ମହତ୍ୟା ପାଇଁ ଜିଲ୍ଲାପାଳ ଏବଂ ପିଏ-ଆଇଟିଡିଏ ଦାୟୀ ବୋଲି ଉଲ୍ଲେଖ କରିଥିଲେ । ସେତେବେଳେ ଜିଲ୍ଲାପାଳ ଥିଲେ ବାସୁଦେବ ବାହିନୀପତି ଏବଂ ପ୍ରୋଜେକ୍ଟ ପରିଚାଳକ (ପିଏ) ସମନ୍ବିତ ଆଦିବାସୀ ଉନ୍ନୟନ ଏଜେନ୍ସି (ଆଇଟିଡିଏ) ଗଜପତି, ଦାୟିତ୍ବରେ ଥିଲେ କଲ୍ୟାଣ କୁମାର ରଥ। ଏହାକୁ ନେଇ ଆଦିବାସୀ ମହାସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୩ଦିନ ଧରି ଧାରଣା ଦେଇଥିଲା। ସେପ୍ଟେମ୍ବର ୧ ତାରିଖରେ ଗଜପତି ଜିଲ୍ଲା ବନ୍ଦ ଡାକରା ଦେଇଥିଲା ମହାସଂଘ। ଏହାପରେ ସରକାର କଲ୍ଯାଣ ରଥଙ୍କୁ ଉପଜିଲ୍ଲାପାଳ ବାରିପଦା ବଦଳି ପରେ ନିଲମ୍ବିତ କରିଥିଲେ । ସେହିପରି ଜିଲ୍ଲାପାଳ ବାହିନୀପତିଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ମାନସୀ ନିମ୍ଭାଲଙ୍କୁ ଦାୟିତ୍ବ ଦେଇଥିଲେ ସରକାର। ଏବେ ଏହି କଲ୍ୟାଣ ରଥ କେଉଁଠି ? ବର୍ତ୍ତମାନ ରାଜ୍ୟ ରାଜନୀତି ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ସରଗରମ। ସୌମ୍ୟାଶ୍ରୀଙ୍କୁ ଫେବର ମାଗିବାକୁ ଯାଇ ଜେଲ୍ ଏଚ୍ଓଡ଼ି ଏବଂ କଲେଜ ଅଧ୍ୟକ୍ଷ । ସରକାର ଏହି ଘଟଣାର ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାର ଘୋଷଣା ସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ କଠୋର ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏଇ ପ୍ରତିଶ୍ରୁତି ଭିତରେ ମନେପଡ଼ି ଯାଉଛି ୨୦୧୪ ସୁନୀତା ରାଇତାଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓଏଏସ୍ କଲ୍ୟାଣ ରଥ ଯଦି ମୁଖ୍ୟ ଶାସନ ସଚିବଙ୍କ ଓଏସ୍ଡ଼ି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ତେବେ ଏହା ନିଶ୍ଚିତ ସାଂଘାତିକ କଥା। ତାଙ୍କୁ କୁଆଡ଼େ ଓଏଏସ୍ ରୁ ଆଇଏଏସ୍ କୁ ପ୍ରମୋଟ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ପୂର୍ବ ସରକାର ସୁନୀତାଙ୍କ ଆତ୍ମହତ୍ୟା ଘଟଣାରେ କାହିଁକି ଗିରଫ କରିନଥିଲା ସେଇ କଲ୍ୟାଣ ରଥଙ୍କୁ। ଯଦି ସେଇ କଲ୍ୟାଣ ରଥ ଏବେ ଓଏସ୍ଡି ତା’ହେଲେ ଦାୟିତ୍ଵ ଦେବା ପୂର୍ବରୁ ତାଙ୍କ ପୁରୁଣା ଫାଇଲ୍କୁ କିଏ ଦେଖିଥିଲା । ଯଦି ସତ ତା’ହେଲେ ମସ୍ତବଡ଼ ଭୁଲ୍ କରିଛନ୍ତି ସରକାର। Post navigation ରାଜଧାନୀର ଆଇଟିଇଆର (ITER) କଲେଜରେ ନିଆଁ ପାଣ୍ଡିଆନଙ୍କ ରି-ଲଞ୍ଚିଂ ଅଭିଯାନ ଫୁସୁକି ଗଲା !