୨୪ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲାର ୫ ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ । ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିବ । ସକାଳ ୬ଟାରୁ ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇ ଏପରି ନିଷ୍ପତ୍ତି ନିଆଯାଇଛି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଭଦ୍ରକ, ତିହିଡି ଏବଂ ଧାମନଗର ଅଂଚଳରେ ଶୃଙ୍ଖଳାକୁ ବଜାଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା ଏବଂ ସେଥିରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକ ସନ୍ତୋଷ ପରିଡ଼ାଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ଏହାକୁ ଦୃଷ୍ଟି ରହି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। Post navigation ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍ଘାଟିତ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିଲା ବିମାନ; ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ