ins-aridhaman-and-taragiri-commissioned
ପରମାଣୁ ବୁଡ଼ାଜାହାଜ INS ‘ଅରିଦମନ’ ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉନ୍ନତ ଯୁଦ୍ଧ ଜାହାଜ INS ‘ତାରାଗିରି’ ଆଜି ନୌସେନାରେ ସାମିଲ ହୋଇଛି ।
 
ଭାରତର ତୃତୀୟ ସ୍ୱଦେଶୀ ନିର୍ମିତ ପରମାଣୁ ବାଲିଷ୍ଟିକ ବୁଡ଼ାଜାହାଜ INS ‘ଅରିଦମନ’ ଗଭୀର ସମୁଦ୍ରରେ ପରମାଣୁ ଆକ୍ରମଣ କରିବାକୁ ସକ୍ଷମ ହୋଇଥିବାବେଳେ INS ‘ତାରାଗିରି’ ଉନ୍ନତ କ୍ଷେପଣାସ୍ତ୍ର ସହିତ ସଜ୍ଜିତ । ଉଭୟ ଜାହାଜର ଯୋଡ଼ା ହେବା ଦ୍ୱାରା ଭାରତର ସୁରକ୍ଷା ଆହୁରି ସୁଦୃଢ଼ ​​ହୋଇଛି ।
 
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, CDS ଜେନେରାଲ ଅନିଲ ଚୌହାନ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠି ଏବଂ ବିଭିନ୍ନ ନୌସେନା ଅଧିକାରୀମାନଙ୍କ ଉପସ୍ଥିତିରେ ବିଶାଖାପାଟଣାରେ ‘ତାରାଗିରି’ ଏବଂ ‘ଅରିଦମନ’ ଭାରତୀୟ ନୌସେନାରେ ସାମିଲ ହୋଇଛି ।
 
INS ତାରାଗିରି ଆମର ଜାତୀୟ ଗର୍ବ ଏବଂ ସାମୂହିକ ପ୍ରତିବଦ୍ଧତାର ପ୍ରତୀକ । ଏହି ଜାହାଜ ଯେତେବେଳେ ଲହରୀ ମଧ୍ୟରେ ଯାତ୍ରା କରିବ, ଏହା ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେବ ଯେ ଭାରତର ଶକ୍ତି ଏହାର ଜନତା, ସେମାନଙ୍କ କଠିନ ପରିଶ୍ରମ, ସେମାନଙ୍କ ସାମର୍ଥ୍ୟ ଏବଂ ସେମାନଙ୍କର ଅଟଳ ସଂକଳ୍ପରେ ନିହିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
ins-aridhaman-and-taragiri-commissioned
 

By Nirvay

Leave a Reply

Your email address will not be published. Required fields are marked *