ଇରାନ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ପାଇବା କାରଣରୁ ଇଣ୍ଡିଗୋ ବିମାନ ଟିକେଟ ମୂଲ୍ୟ ବୃଦ୍ଧି କରିଛି । ମାର୍ଚ୍ଚ ୧୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ବିମାନ ଭଡ଼ା । ପୂର୍ବରୁ ଏୟାର ଇଣ୍ଡିଆ ମଧ୍ୟ ଟିକେଟ ମୂଲ୍ୟ ବୃଦ୍ଧି କରିଥିଲା । ପ୍ରଥମ ପର୍ଯ୍ୟାୟ (ମାର୍ଚ୍ଚ ୧୪ ତାରିଖରୁ) ଘରୋଇ ବିମାନ ଏବଂ ଉପମହାଦେଶ ମାନଙ୍କ ପାଇଁ ୪୨୫ ଟଙ୍କା ସରଚାର୍ଜ ଲାଗୁ ହେବ । ମଧ୍ୟପ୍ରାଚ୍ୟ ବିମାନ ପାଇଁ ଏହି ବୃଦ୍ଧି ୯୦୦ ଟଙ୍କା ହେବ । ଦକ୍ଷିଣ ପୂର୍ବ ଏସିଆ, ଚାଇନା ଓ ଆଫ୍ରିକା ପାଇଁ ଏହି ବୃଦ୍ଧି ୧୮୦୦ ଟଙ୍କା ଏବଂ ଇଉରୋପ ଦେଶ ମାନଙ୍କ ପାଇଁ ୨୩୦୦ ଟଙ୍କା ବୃଦ୍ଧି ହେବ । ପୂର୍ବରୁ, ପ୍ରଥମ ପର୍ଯ୍ୟାୟ (୧୨ ମାର୍ଚ୍ଚରୁ) ଘରୋଇ ବିମାନ ଏବଂ ସାର୍କ ଦେଶମାନଙ୍କ ପାଇଁ ₹୩୯୯ ସରଚାର୍ଜ ଲାଗୁ ହେବ। ପଶ୍ଚିମ ଏସିଆ/ମଧ୍ୟପ୍ରାଚ୍ୟ ବିମାନ ପାଇଁ ଏହି ବୃଦ୍ଧି ୧୦ ଡଲାର ହୋଇଛି । ଦକ୍ଷିଣ ପୂର୍ବ ଏସିଆ ପାଇଁ ଏହି ବୃଦ୍ଧି ୪୦ ରୁ ୬୦ ଡଲାର ଏବଂ ଆଫ୍ରିକା ପାଇଁ ୬୦ ରୁ ୯୦ ଡଲାର ହୋଇଛି । Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେପି RR Swain appointed Chairman of OUSSSC: ରଶ୍ମୀ ରଞ୍ଜନ ସ୍ୱାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ