Indigo flight announces fuel mayday
ଏୟାର ଇଣ୍ଡିଆ ଦୁର୍ଘଟଣା ପରେ ପୁଣି ମଝି ଆକାଶରେ ଆତଙ୍କ ଦେଖାଦେଇଛି । ମଝି ଆକାଶରେ ବିମାନର ଇନ୍ଧନ ସରିଯିବାରୁ ବାଧ୍ୟହୋଇ ଗୌହାଟୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରେ ଜରୁରୀକାଳୀନ ଅବତରଣ କରିଥିଲା ।
 
ଏହି ଇଣ୍ଡିଗୋ ବିମାନରେ ୧୬୮ ଜଣ ଯାତ୍ରୀ ଥିଲେ । ପାଇଲଟ୍ ବିପଜ୍ଜନକ ଭାବରେ ଇନ୍ଧନ ସ୍ତର କମ୍ ଥିବାରୁ ‘ମେଡେ’ ଘୋଷଣା କରିଥିଲେ ।
 
ପାଇଲଟ୍ ବିମାନର ଇନ୍ଧନର ଅଭାବ ଦେଖି ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜରୁରୀକାଳୀନ କଲ୍ କରିଥିଲେ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

By Nirvay

Leave a Reply

Your email address will not be published. Required fields are marked *