କେନିଙ୍ଗଟନ୍ ଓଭାଲରେ ଚାଲିଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚରେ ଭାରତର ବଡ଼ ବିଜୟ । ମାତ୍ର ୬ ରନ୍ରେ ରୋମାଞ୍ଚକର ବିଜୟ ହୋଇଛି ଭାରତ। ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ୫ ମ୍ୟାଚ ସିରିଜକୁ ୨-୨ରେ ବରାବର କଲା ଭାରତ । ଓଭାଲରେ ଚାଲିଥିବା ୫ମ ତଥା ଶେଷ ଟେଷ୍ଟରେ ଭାରତୀୟ ଦଳ ଇଂଲଣ୍ଡକୁ ବିଜୟ ପାଇଁ ୩୭୪ ରନର ଟାର୍ଗେଟ ଦେଇଥିଲା, ଯାହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୬ ରନରେ ହାରି ଯାଇଛି । ଲଣ୍ଡନର ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ୫ମ ଟେଷ୍ଟ । ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଏ ଥିଲା ଶେଷ ମ୍ୟାଚ୍ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ପାଇଥିଲା ଟିମ୍ ଇଣ୍ଡିଆ । ଆଉ ଦଳ ପ୍ରଥମ ଇଂନିସରେ କେବଳ ୨୪୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ ଆଉ ଟିମ୍ ଇଣ୍ଡିଆର ବୋଲିଂ ବାହିନୀ ଇଂଲଣ୍ଡକୁ ୨୪୭ ରନରେ ଅଲଆଉଟ୍ କରିଦେଇଥିଲା । ଏହାପରେ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ଯଶସ୍ୱୀ ଜୟସଓ୍ୱାଲ, ଓ୍ୱାସିଂଟନ ସୁନ୍ଦର, ଆକାଶ ଦୀପ, ରବୀନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ୩୯୬ ରନ୍ କରିଥିଲା । ଆଉ ବିଜୟ ପାଇଁ ଇଂଲଣ୍ଡକୁ ୩୭୪ ରନ୍ ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ୩୫୭ ରନରେ ଇଂଲଣ୍ଡ ୯ଟି ଓ୍ବିକେଟ ହରାଇସାରିଥିବାବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଆହତ କ୍ରିସ ଓକସ୍ । କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କର ଗୋଟିଏ ହାତ ବ୍ୟାଣ୍ଡେଜ ହୋଇଥିଲା। ଏହା ସତ୍ତ୍ବେ ସେ ବ୍ୟାଟିଂ କରିବାକୁ ଆସିଥିଲେ । ଇଂଲଣ୍ଡ ଆଉ ୧୭ ରନ ଆବଶ୍ୟକ କରୁଥିବାବେଳେ ଗସ ଅଟକିନ୍ସନ ଗୋଟିଏ ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇଦେଇଥିଲେ । ତେବେ ଇଂଲଣ୍ଡ ଆଉ ୭ ରନ ଆବଶ୍ୟକ କରୁଥିବାବେଳେ ସେ ମହମ୍ମଦ ସିରାଜଙ୍କ ବଲରେ ବୋଲ଼ଡ୍ ହୋଇଥିଲେ । ଏହା ସହିତ ଭାରତ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ସିରାଜ ୫ଟି ଓ ପ୍ରସିଦଧ କ୍ରିଷ୍ଣା ୪ଟି ଓ୍ବିକେଟ ନେଇଥିଲେ । ମହମ୍ମଦ ସିରାଜ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ ଇଂଲଣ୍ଡର ହାରି ବ୍ରୁକ୍ ପ୍ଲେୟାର ଅଫ୍ ଦ ସିରିଜ୍ । Post navigation ପରଲୋକରେ ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣି ଏଫଏମ ଘଟଣାରେ ୨ ଛାତ୍ରଙ୍କୁ ଗିରଫ ମାମଲା: ପୋଲିସର କାର୍ଯ୍ୟାଧାରାକୁ ନେଇ ଗୁରୁତର ଆପତ୍ତି ଉଠାଇଲା ଏବିଭିପି