ପ୍ୟାରିସ୍‍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ ୨୫ରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍‍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ । ଅପରାହ୍ନ ୧ଟାରେ ମହିଳା ଓ ୫ଟା ୪୫ରେ ପୁରୁଷଙ୍କ ପ୍ରତିଯୋଗିତା ହେବ । ଚଳିତ ଥର ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୭ଜଣ ଆଥଲେଟ ଅଂଶଗ୍ରହଣ କରିଛନ୍ତି । ଅଭିଯାନର ପ୍ରଥମ ଦିନରେ ଭାରତ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାଗ ନେବ । ଏପର୍ଯ୍ୟନ୍ତ ତୀରନ୍ଦାଜୀରେ ଭାରତକୁ କିଛି ବି ମେଡାଲ ମିଳିନାହିଁ । ଏଥିପାଇଁ ଖେଳାଳିଙ୍କ ନଜର ମେଡାଲ ଉପରେ ରହିଛି ।

Leave a Reply

Your email address will not be published. Required fields are marked *