ଆଜି ଦେଶ ପାଳୁଛି ୭୭ତମ ସେନା ଦିବସ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମର ସମ୍ମାନ ପାଇଂ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ । ଆଜି ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ଭାରତୀୟ ନୌସେନାରେ ସାମିଲ ହେବ ୩ ଯୁଦ୍ଧ ଜାହାଜ। ଜଳଭାଗରେ ବିଶ୍ବ ପୁଣି ଦେଖିବ ଭାରତର ଶକ୍ତି । ମୁମ୍ବାଇ ଡକୟାର୍ଡରେ ସାମିଲ ହେବ ୩ଟି ଯୁଦ୍ଧ ଜାହାଜ ଆଇଏନଏସ ସୁରତ, ଆଇଏନଏସ ନୀଲଗିରି ଓ ଆଇଏନଏସ ବାଗସିରପୁରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟ ପକ୍ଷରେ ୩ଟି ଯୁଦ୍ଧଜାହାଜକୁ ନେଇ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛି ଭାରତୀୟ ନୌସେନା । ଏହି ୩ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଜାହାଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଶତ୍ରୁକୁ ତତ୍କ୍ଷଣାତ୍ ଚକମା ଦେବା ପାଇଁ ଏହି ଯୁଦ୍ଧ ଜାହାଜକୁ ଦେଶୀୟ ଜ୍ଞାନ କୌଶଳରେ ତକ୍ରାଳୀନ ଟର୍ପିଡୋ ଫାୟାର୍ ଟେକ୍ନୋଲୋଜି ସଂଯୋଗ କରାଯାଇଛି । ଏହି ଜାହାଜ ଗୁଡ଼ିକୁ ଏପରି ଡିଜାଇନ୍ କରାଯାଇଛି ଯେ, ଏଥିରେ ଏମ୍ଏଚ୍-୬୦ଆର୍, ସି କିଙ୍ଗ୍, ଏଏଲ୍ଏଚ୍ ଏବଂ ଚେତକ ଭଳି ହେଲିକପ୍ଟର୍ ମଧ୍ୟ ଅବତରଣ କରିପାରିବ । ୫୦ ଅଫିସର ଓ ୨୫୦ ନୌସେନିକଙ୍କୁ ନେଇ ଯାତ୍ରା କରିପାରିବ ଏହି ଯୁଦ୍ଧପୋତ । ଗୋଟେ ଥରକରେ ଏହା ୭୫୦୦ କିଲୋମିଟର ପର୍ୟ୍ୟନ୍ତ ସମଦ୍ରରେ ଯାତ୍ରା କରିପାରିବ । Post navigation ୩ଦିନ ହେଲା ଉପାସରେ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁ ଲିଙ୍ଗରାଜଙ୍କୁ ଭୋକିଲା ରଖିବା ମାମଲାରେ ହେବ କଠୋର କାର୍ଯ୍ୟାନୁଷ୍ଠାନ