ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ। ଜୁଲାଇ ୨୬ରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବାବେଳେ ଏହା ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ ବୋଲି କହିଛନ୍ତି ଶ୍ରୀଜେଶ। ତାଙ୍କ ସଫଳ କ୍ୟାରିୟର ପାଇଁ ଧନ୍ୟବାଦ ଜଣାଇଛି ହକି ଇଣ୍ଡିଆ ।

୩୬ ବର୍ଷୀୟ ଶ୍ରୀଜେଶଙ୍କ ଏହା ହେଉଛି ଚତୁର୍ଥ ଅଲିମ୍ପିକ୍ସ। ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଥିଲେ। ଏହାପରେ ସେ ସଫଳତାର ସିଡ଼ି ଚଢି ଚାଲିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା ​​ଏବଂ ଦଳ ଅଷ୍ଟମ ସ୍ଥାନରେ ରହିଥିଲା। ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ଭାରତୀୟ ଦଳ ସହିତ ଐତିହାସିକ କାଂସ୍ୟ ପଦକ ଜିତିଥିଲେ। ଶ୍ରୀଜେଶ ଭାରତ ପାଇଁ ୩୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ସେ ଅନେକ କମନୱେଲ୍‌ଥ ଗେମ୍ସ ଏବଂ ବିଶ୍ୱକପରେ ମଧ୍ୟ ଭାଗ ନେଇଛନ୍ତି।

୨୦୨୨ ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ଜିତାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୦୨୧ରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୨୧ରେ ସେ ସର୍ବଶ୍ରେଷ୍ଠ ଆଥଲେଟ ମଧ୍ୟ ବିବେଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *