Indian Army To Get Nag Mk-2 Anti-Tank Guided Missiles Soon

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି । ରାଜସ୍ଥାନର ପୋଖରନରୁ ଡିଆରଡିଓ ପକ୍ଷରୁ ଆଣ୍ଟି-ଟ୍ୟାଙ୍କ୍‌ ଗାଇଡେଡ୍‌ କ୍ଷେପଣାସ୍ତ୍ର ‘ନାଗ-୨’ (Nag Mk-2) ର ସଫଳ ପରୀକ୍ଷଣ ହୋଇଛି ।

ଫାୟାରିଂ ରେଞ୍ଜର ସେନା ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ସମୟରେ ମିସାଇଲ ସର୍ବାଧିକ ଏବଂ ସର୍ବନିମ୍ନ ପରିସରକୁ ସଠିକ୍ ଭାବରେ ନଷ୍ଟ କରିଥିଲା ।

ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଏବେ ପ୍ରସ୍ତୁତ ଅଛି ।

ନାଗ ଏମକେ-୨ ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନକୁ ସଫଳ ପରିକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *