ଗତକାଲି ରାତିରୁ ଆଶନ୍ତ ହୋଇ ଉଠିଛି ଏଲଓସି । ଭାରତ-ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ । ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର ପ୍ରଭାବଶାଳୀ ଜବାବ ଦେଇଛି ଭାରତୀୟ ସେନା । ଏହି ଏନକାଉଣ୍ଟରରେ କୌଣସି କ୍ଷତି ହୋଇଥିବାର ରିପୋର୍ଟ ନାହିଁ। ତଥାପି, ସୈନିକମାନେ ସୀମାରେ ସ୍ଥାନ ନେଇଛନ୍ତି ଏବଂ ପାକିସ୍ତାନୀ ସୈନିକଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି। ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ । ସୂଚନା ଯୋଗ୍ୟ; ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଏବେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। Post navigation ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଯୋଗଦେଲେ ସାଂସଦ ସସ୍ମିତ ପାତ୍ର ପହଲଗାମ ଆକ୍ରମଣ: ସାମିଲ ଥିବା ୨ ଆତଙ୍କୀର ଘର ଉଡ଼ାଇଲେ ସୁରକ୍ଷାକର୍ମୀ