ଶୁକ୍ରବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୧୦୦ ରନରେ ହରାଇ ଜିତିଛି ୧୯ ବର୍ଷରୁ କମ ବିଶ୍ୱକପ୍ ଟାଇଟଲ୍। ଏହାକୁ ମିଶାଇ ଭାରତୀୟ ଦଳ ମୋଟ୍ ଷଷ୍ଠ ଥର ବିଶ୍ୱକପ୍ ଚାମ୍ପିଅନ ହୋଇଛି । ଏହା ପୂର୍ବରୁ ଭାରତ ୨୦୨୨, ୨୦୧୮, ୨୦୧୨, ୨୦୦୮, ୨୦୦୦ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ମୋଟାମୋଟି ଭାବେ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତ ନିଜର ଦବଦବା କାଏମ ରଖିଛି । ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇ ଭାରତ ୧୦ମ ଥର ଫାଇନାଲରେ ପହଞ୍ଚିଥିଲା । ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ୱିକେଟ୍ ହରାଇ ୪୧୧ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଇଂଲଣ୍ଡ ୩୧୧ ରନରେ ଅଲଆଉଟ୍ ହୋଇଛି । ଭାରତକୁ ବିଶ୍ୱ ବିଜୟୀ କରାଇବାରେ ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି ବିସ୍ଫୋରକ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ସୂରଜ । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ ଇତିହାସରେ ଶତକ ହାସଲ କରିବାରେ ଦ୍ରୁତତମ ବ୍ୟାଟର ହୋଇଛନ୍ତି। ତାଙ୍କର ୧୭୫ ରନର ଧୂଆଁଧାର ଇନିଂସ ବଳରେ ଭାରତ ଇଂଲଣ୍ଡକୁ ମାତ୍ ଦେଇ ହୋଇଛି ଚାମ୍ପିଅନ । ଏହି ବାମହାତୀ ୧୫ ଚୌକା ଏବଂ ଏକ ଅବିଶ୍ୱସନୀୟ ୧୫ ଛକା ମାରି ୩୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ମାତ୍ର ୨୩ ରନ୍ରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ଜୋଶେଫ ମୁରେଶଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା । ଏହା ପରେ ବେନ ଡ୍ୱକିନ୍ସ ଓ ବେନ ମେୟର ଇନିଂସ ସମ୍ଭାଳିଥିଲେ । ଉଭୟ ୭୪ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ । ମେୟର୍ସ ୪୫ ରନ କରି ଖିଲନ ପଟେଲଙ୍କ ଶିକାର ହୋଇଥିଲେ । ସେହିପରି କାଲେବ ଫାଲକନର ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ହେଲେ ସେ ୬୭ ବଲରୁ ୯ ଚୌକା ୭ ଛକା ମାରି ୧୧୫ ରନର ବିସ୍ପୋରକ ଇନିଂସ ଖେଳିଥିଲେ । କିନ୍ତୁ ଭାରତୀୟ ବୋଲର ୪୦.୨ ଓଭରରେ ୩୧୧ ରନ ସ୍କୋରରେ ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ । ଆଉ ୧୦୦ ରନରେ ଜିତି ବିଶ୍ୱ ଚାମ୍ପିଅନ ହୋଇଛନ୍ତି ଭାରତ । ସୂର୍ଯ୍ୟବଂଶୀଙ୍କ ଇନିଂସ ଉନ୍ମୁକ୍ତ ଚାନ୍ଦଙ୍କ ପୂର୍ବ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ ରେକର୍ଡ (୨୦୧୨ରୁ) ଭାଙ୍ଗି ଦେଇଥିଲା ଏବଂ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ ଇତିହାସରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇଥିଲା, ଯାହା ୨୦୨୨ରେ ରାଜ ବାୱାଙ୍କ ୧୬୨ ରନ୍କୁ ଅତିକ୍ରମ କରିଥିଲା। କେବଳ ଫାଇନାଲ୍ରେ ତାଙ୍କର ୧୫ ଛକା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୦ ରନ୍ କରିବାରେ ସହାୟକ ହୋଇଥିଲା, ଯାହା ୨୦୨୨ ସଂସ୍କରଣରେ ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ୍ଙ୍କ ୨୨ ରନ୍ର ରେକର୍ଡ ଭାଙ୍ଗିଥିଲା। Post navigation Top Maoist Leader Surrender: ରାୟଗଡ଼ାରେ ୧୪ ଜଣଙ୍କ ସହିତ ପ୍ରମୁଖ ମାଓ ନେତା ନିଖିଲ ଆତ୍ମସମର୍ପଣ