ବାର୍ବଡାସରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଲା ଟିମ୍‌ ଇଣ୍ଡିଆ ।

୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ୨୦୦୭ରେ ପାକିସ୍ତାନକୁ ୫ ରନରେ ହରେଇ ବିଶ୍ୱକପ୍‌ ଜିତିଥିଲା ଭାରତ ।

ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ କୋହଲି । ମ୍ୟାଚ ପରେ ଅବସର ଘୋଷଣା କଲେ କୋହଲି। କହିଲେ ଦେଶ ପାଇଁ ଏହା ମୋର ଶେଷ ଟି ଟ୍ବେଣ୍ଟି ମ୍ୟାଚ୍ ଥିଲା ।

କୋହଲିଙ୍କ ଦମଦାର ୭୬ ରନ୍‌ ଫଳରେ ଭାରତ ୧୭୬ ରନ୍‌ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ବିରାଟଙ୍କ ବ୍ୟତୀତ ଅକ୍ଷର ପଟେଲ ୪୭, ଶିବମ ଦୁବେ ୨୭ ରନ୍‌ କରିଥିଲେ । ସେହିପରି ସାଉଥ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ନର୍କିଆ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ ହିଁ କରିପାରିଥିଲା । ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ ।

ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଜସପ୍ରୀତ ବୁମରା ପ୍ଲେୟାର ଅଫ ଦି ସିରିଜ଼ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *