ଏସିଆ କପ୍‌ ଚାମ୍ପିୟନ ଟାଇଟଲ ହାତେଇଲା ଟିମ୍‌ ଇଣ୍ଡିଆ । ଭାରତ ଚତୁର୍ଥ ଥର ପାଇଁ ହକି ଏସିଆ କପ୍ ଟାଇଟଲ୍ ଜିତିଛି । ଏସିଆ କପ୍ ହକି ୨୦୨୫ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ପରାଜିତ କରିବା ସହ ଏସିଆ କପ୍‌ ଚାମ୍ପିୟନ ଟାଇଟଲ ହାତେଇଛି । ବିହାରର ରାଜଗିର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇଛି । ଏହି ବିଜୟ ସହିତ ଭାରତ ଆସନ୍ତା ବର୍ଷ, ଅର୍ଥାତ୍ ୨୦୨୬ ରେ ବେଲଜିୟମ୍ ଏବଂ ନେଦରଲ୍ୟାଣ୍ଡ୍ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ବି ଯୋଗ୍ୟତା ଅର୍ଜନ କରିଛି । ଭାରତ ୨୦୦୩, ୨୦୦୭, ୨୦୧୭ ପରେ ଏବେ ୨୦୨୫ ରେ ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି ।

ଭାରତୀୟ ହକି ଦଳ ଶେଷ ସୁପର-୪ ମ୍ୟାଚରେ ଚୀନ୍‌କୁ ୭-୦ ରେ ହରାଇ ଫାଇନାଲରେ ସ୍ଥାନ ପାଇଥିଲା । ଲିଗ୍‌ରେ ବି ଭାରତର ଯାତ୍ରା ଅପରାଜିତ ରହିଥିଲା । ଅନ୍ୟପଟେ, କୋରିଆ ଶେଷ ସୁପର-୪ ମ୍ୟାଚରେ ମାଲେସିଆକୁ ୪-୩ ରେ ହରାଇ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ସ୍ଥାନ ପକ୍କା କରିଥିଲା ।

Leave a Reply

Your email address will not be published. Required fields are marked *