ଭାରତ ମାଟିରେ ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ । ମୁମ୍ବାଇ ୱାଙ୍ଖଡେରେ ଭାରତ-ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଶେଷ ମ୍ୟାଚ ରେ ନ୍ୟୁଜିଲାଣ୍ଡ ୨୫ ରନରେ ଜିତିବା ସହ ସିରିଜକୁ କ୍ଲିନ ସ୍ବିପ କରିଛି ।

ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ୧୭୪ରନ୍ କରିଥିବା ବେଳେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୪୭ ରନ୍ ରହିଥିଲା। ମାତ୍ର ଭାରତୀୟ ଦଳ ୨୯.୧ ଓଭରରେ ୧୨୧ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ତେବେ ଏହି ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଛି । ଏହି ବିଜୟ ସହ କ୍ବିଓ୍ବି ଟିମ୍‌ ୩-୦ରେ ସିରିଜ୍‌ କବ୍ଜା କରିଛି । ନ୍ୟୁଜିଲ୍ୟାଣ୍ଡର ବିଜୟର ହିରୋ ସାଜିଛନ୍ତି ଏଜାଜ ପଟେଲ୍‌ । ଯିଏକି ଦ୍ବିତୀୟ ପାଳିରେ ୬ ଓ୍ବିକେଟ ନେଇଥିଲେ । ଏଜାଜ୍‌ ପ୍ରଥମ ଇଂନିସରେ ୫ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *