ହର୍ମୁଜ ପ୍ରଣାଳୀ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି ।  ଏହି ୩୫ ରାଷ୍ଟ୍ରକୁ ନେଇ ହେବାକୁ ଥିବା ବୈଠକରେ ସାମିଲ୍ ହେବ ଭାରତ। ଭାରତକୁ ନିମନ୍ତ୍ରଣ ଆସିଥିବା ନେଇ ସ୍ପଷ୍ଟ କଲେ MEA ମୁଖପାତ୍ର ଜୟସ୍ବାଲ୍ । ଭାରତ ପକ୍ଷରୁ ଭିସିରେ ସାମିଲ୍ ହେବେ ବୈଦେଶିକ ସଚିବ । ହର୍ମୁଜ ସମିଟ୍ ବୈଠକରେ  ଭାରତ, ଚୀନ, ଜାପାନ, ମ୍ୟାଲେସିୟା ଓ ଇଣ୍ଡୋନେସିଆ ସମେତ ଅନେକ ଦେଶ ସାମିଲ ହେବ ।

ଏହା ମଧ୍ୟରେ ଇରାନ୍ ସହ ଆଲୋଚନା କରି ୬ ଜାହାଜ ହର୍ମୁଜ୍ ପାର୍ କରିଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରଖିବା ନେଇ MEA ନିଷ୍ପତ୍ତି ନେଇଛି । ଇରାନ-ଇସ୍ରାଏଲ୍ ଯୁଦ୍ଧ ପରଠାରୁ ଏହି ଜଳପଥ ବନ୍ଦ ହେବା ଫଳରେ ବିଶ୍ୱର ଅନେକ ଦେଶ ପ୍ରଭାବିତ ହୋଇଛନ୍ତି ।

ଜୟସ୍ବାଲ୍ କହିଛନ୍ତି ଯେ ଭାରତୀୟ ଜାହାଜଗୁଡ଼ିକର ନିରାପଦ ଏବଂ ଅବିଚ୍ଛିନ୍ନ ଗମନାଗମନକୁ ଆମେ କିପରି ସୁନିଶ୍ଚିତ କରିପାରିବୁ ତାହା ନିର୍ଣ୍ଣୟ କରିବା ପାଇଁ ଇରାନ ଏବଂ ଅଞ୍ଚଳର ଅନ୍ୟାନ୍ୟ ଦେଶମାନଙ୍କ ସହିତ ସରକାର ଯୋଗାଯୋଗରେ ରହିଛନ୍ତି । ଏହି ଜାହାଜଗୁଡ଼ିକରେ ଏଲପିଜି, ଏଲଏନଜି ଏବଂ ଅନ୍ୟାନ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ । ଗତ କିଛି ଦିନ ଧରି ହୋଇଥିବା ଆଲୋଚନା ମାଧ୍ୟମରେ, ଆମର ଛଅଟି ଭାରତୀୟ ଜାହାଜ ସଫଳତାର ସହିତ ଏବଂ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରିଛି ଏବଂ ଆମେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ।

Leave a Reply

Your email address will not be published. Required fields are marked *