ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ । ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ । ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ଭାରତ ଆକାଶରେ ଉଡିପାରିବନି ପାକିସ୍ତାନ ବିମାନ। ନିକଟରେ ପାକିସ୍ତାନ ଏହି କଟକଣାକୁ ଆଉ ମାସେ ବଢାଇଥିବାବେଳେ ଆଜି ଭାରତ ସମାନ ପଦକ୍ଷେପ ନେଇଛି। ଭାରତ ସରକାର ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି। ସୂଚନା ଯୋଗ୍ୟ; ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ମେ ୭ ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପ୍ରତ୍ୟକ୍ଷ ଆକ୍ରମଣ କରିବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ଉଭୟ ଦେଶ ଉଭୟ ଦେଶ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଥିଲେ। Post navigation ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ; ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି କାଲିଠୁ ଯୁକ୍ତ ୨ ନାମଲେଖା ଆବେଦନ