india-clears-biggest-ever-defence-deal
ଆହୁରି ଶକ୍ତିଶାଳୀ ହେବ ବାୟୁସେନା । ଦେଶର ବଡ଼ ପ୍ରତିରକ୍ଷା ଡିଲ୍‌କୁ ଅନୁମୋଦନ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ (HAL) ଠାରୁ ଭାରତୀୟ ସେନା ଏବଂ ବାୟୁସେନା ପାଇଁ ୧୫୬ଟି ମେଡ୍ ଇନ୍ ଇଣ୍ଡିଆ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ହେଲିକପ୍ଟର କିଣିବା ପାଇଁ ଭାରତ ସରକାର ଶୁକ୍ରବାର ଦିନ ସର୍ବବୃହତ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।
 
ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷରେ ୨.୦୯ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । କର୍ଣ୍ଣାଟକର ବେଙ୍ଗଳୁରୁ ଓ ତୁମକୁର ପ୍ଲାଣ୍ଟରେ ଏହି ହେଲିକପ୍ଟର ନିର୍ମାଣ ହେବ ।
 
ପ୍ରଚଣ୍ଡ  ହେଲିକପ୍ଟର ସିଆଚୀନ୍ ଗ୍ଲାସିଅର୍ ଏବଂ ପୂର୍ବ ଲଦାଖ ପରି ଉଚ୍ଚତମ ଅଞ୍ଚଳରେ ଶତ୍ରୁଙ୍କୁ ଆକ୍ରମଣ କରିବା ପାଇଁ ସକ୍ଷମ ହୋଇଥାଏ ।
 
 

By Nirvay

Leave a Reply

Your email address will not be published. Required fields are marked *