ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ । ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଶରଦ ପାୱାର ଉପସ୍ଥିତରେ ସଂସଦ ଭବନରେ ନାମାଙ୍କନ ଭରିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ । ଗତକାଲି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକୃଷ୍ଣନ ମଧ୍ୟ ନାମାଙ୍କନ ଭରିସାରିଛନ୍ତି । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ; ସୁଦର୍ଶନ ରେଡ୍ଡୀ ୧୯୮୮ ରେ ହାଇକୋର୍ଟରେ ସରକାରୀ ଓକିଲ, ୧୯୯୩ରେ ଆନ୍ଧ୍ରପ୍ରଦେଶର ଅତିରିକ୍ତ ବିଚାରପତି, ୨୦୦୫ରେ ଗୌହ୍ୱାଟି ହାଇକୋର୍ଟର ମୁଖ୍ୟ ବିଚାରପତି । ଏହାପରେ ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତି ଥିଲେ । ୨୦୧୩ରେ ରେଡ୍ଡୀଙ୍କୁ ଗୋଆର ଲୋକାୟୁକ୍ତ ଭାବରେ ନିଯୁକ୍ତ କରାଯାଇଥିଲା । Post navigation ରାଜ୍ୟରେ ନିର୍ମାଣ ହେବ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ: ରାଜସ୍ବ ମନ୍ତ୍ରୀ ହାତୀ ସଂରକ୍ଷଣ ପାଇଁ ଆସିବ ପଲିସି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ