ନେପାଳରେ ଜାରି ରହିଛି ବିଦ୍ରୋହ। ଗତ ଦୁଇ ଦିନ ଧରି ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟରେ ଭାରତ ସରକାର ଏହି ପ୍ରତିବାଦ ସମ୍ପର୍କରେ ଏକ ଆଡଭାଇଜରୀ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଦ୍ୱାରା ଜାରି କରାଯାଇଥିବା ପରାମର୍ଶରେ, ନେପାଳରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସେମାନଙ୍କ ବର୍ତ୍ତମାନର ବାସସ୍ଥାନରେ ଆଶ୍ରୟ ନେବାକୁ, ରାସ୍ତାକୁ ନଯିବାକୁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସ୍ଥାନୀୟ ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶାବଳୀ ମାନିବାକୁ ମଧ୍ୟ ପରାମର୍ଶ । ଆବଶ୍ୟକ ପଡ଼ିଲେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ । ହେଲ୍‌ପଲାଇନ ନଂ +977-980 860 2881/ 981 032 6134 । ହ୍ବାଟ୍ସଆପ୍‌ରେ ମଧ୍ୟ କଲ୍‌ କରିପାରିବେ । ଅନ୍ୟପଟେ ନେପାଳରେ ବଢ଼ୁଥିବା ପ୍ରତିବାଦ ଏବଂ ହିଂସା ମଧ୍ୟରେ ଭାରତ ଏହାର ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି ଏବଂ ସତର୍କତା ଜାରି କରିଛି।

Leave a Reply

Your email address will not be published. Required fields are marked *