ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବ ପାକିସ୍ତାନକୁ ଅପେରସନ ସିନ୍ଦୁର ଜରିଆରେ ଦେଉଛି ଭାରତ। ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏହାରି ମଧ୍ୟରେ ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଏନେଇ ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଲେ ସରକାର । ଟେରିଟୋରିଆଲ୍ ଆର୍ମିର ଅଧିକାରୀ ଓ ଯୱାନଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ । ସେନାକୁ ସହଯୋଗ କରିବାକୁ ସାମିଲ୍ ହେବ ଟେରିଟୋରିଆଲ୍ ଆର୍ମି । ୩୨ଟି ବାଟାଲିୟନରୁ ୧୪ଟି TA ବାଟାଲିୟନ ମୁତୟନ ହେବେ ସୂଚନା ଯୋଗ୍ୟ; ଟେରିଟୋରିଆଲ୍ ଆର୍ମି ରୁଲ୍ସ, ୧୯୪୮ର ନିୟମ ୩୩ ଅନୁଯାୟୀ, ସେନା ମୁଖ୍ୟ ଏବେ ଆବଶ୍ୟକ ସୁରକ୍ଷା ଯୋଗାଇବା ପାଇଁ କିମ୍ବା ନିୟମିତ ସେନା ଅପରେସନକୁ ପରିପୂରକ କରିବା ପାଇଁ ଟେରିଟୋରିଆଲ୍ ଆର୍ମିର ସମସ୍ତ ଅଧିକାରୀ ଏବଂ ପଞ୍ଜିକୃତ କର୍ମଚାରୀଙ୍କୁ ଡାକିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ସର୍କୁଲାରରେ କୁହାଯାଇଛି, “ଟେରିଟୋରିଆଲ୍ ଆର୍ମି ରୁଲ୍ସ, ୧୯୪୮ର ନିୟମ ୩୩ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ଅନୁଯାୟୀ, କେନ୍ଦ୍ର ସରକାର ଏତଦ୍ଦ୍ୱାରା ସେନା ମୁଖ୍ୟଙ୍କୁ ସେହି ନିୟମ ଅନୁଯାୟୀ କ୍ଷମତା ପ୍ରୟୋଗ କରି ଆବଶ୍ୟକ ସୁରକ୍ଷା ପ୍ରଦାନ କରିବା କିମ୍ବା ନିୟମିତ ସେନାକୁ ସମର୍ଥନ କିମ୍ବା ପରିପୂରକ କରିବା ଉଦ୍ଦେଶ୍ୟରେ କ୍ଷେତ୍ରୀୟ ସେନାର ପ୍ରତ୍ୟେକ ଅଧିକାରୀ ଏବଂ ପ୍ରତ୍ୟେକ ପଞ୍ଜିକୃତ ଲୋକଙ୍କୁ ବାହିନୀରେ ଯୋଗଦେବାକୁ ଆହ୍ୱାନ କରିବାକୁ କ୍ଷମତା ପ୍ରଦାନ କରୁଛନ୍ତି। Post navigation ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି; ଗଣମାଧ୍ୟମର ସିଧା ପ୍ରସାରଣ ଉପରେ ଲାଗିଲା କଟକଣା ଭାରତ-ପାକିସ୍ତାନ ଉତ୍ତେଜନା: ବ୍ଲାକ ଆଉଟ୍ ରହିବ ରାଜସ୍ଥାନର ଜୈସେଲମେର ସହର