ବଢ଼ିଲା ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି ବଢ଼ିଲା । ସହାୟତା ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବରୁ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ୬ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୧୦ ଲକ୍ଷ କରାଯାଇଛି । ସେହିପରି ବାସଗୃହ କ୍ଷତିଗ୍ରସ୍ତ ହେଲେ ଅନ୍ତ୍ୟୋଦୟ ଗୃହଯୋଜନା ମିଳିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ପକ୍କା ପାଚେରୀ, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ ହଜାର ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । Post navigation ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ; ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରଥଯାତ୍ରା ପାଇଁ ନିୟୋଜିତ ହେବେ ୩୦୦ ଡାକ୍ତର