ରାଜ୍ୟର ପ୍ରମୁଖ ରିୟଲ ଇଷ୍ଟେଟ୍‌ କମ୍ପାନୀ ଉତ୍କଳ ବିଲ୍ଡର୍ସର ଉପରେ ଆୟକର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଚଢ଼ାଉ କରାଯାଇଛି। ଭୁବନେଶ୍ବର ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡ଼ିଛି । ମହର୍ଷି କଲେଜ ରୋଡ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ଏହା ସହ ଶହେରୁ ଅଧିକ ଅଧିକାରୀ ୨୦ଟି ଟିମରେ ଚଢାଉ ଜାରି ରଖିଛନ୍ତି ।

ଏହି ଚଢ଼ାଉରେ ଆୟକର ବିଭାଗର ୧୮ଟି ଟିମ୍ ସାମିଲ୍ । ଯେଉଁଥିରେ ଅଛନ୍ତି ୧୨୦ ଅଫିସର । କୋଟି କୋଟି ଟଙ୍କାର ଆୟ ଲୁଚାଇବା ଏବଂ ସନ୍ଦେହଜନକ ଟିକସ ଫାଙ୍କିବା ସମ୍ପର୍କରେ ଚାଲିଥିବା ତଦନ୍ତର ଅଂଶ ସ୍ୱରୂପ ବରିଷ୍ଠ ଆଇଟି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଉଛି।

ଉତ୍କଳ ବିଲ୍ଡର୍ସର ସମ୍ପତ୍ତି କାରବାର ଏବଂ ଟିକସ ଦାଖଲରେ ଗୁରୁତ୍ୱପୂର୍ଣ୍ଣ ବିଭ୍ରାଟ ଥିବା ବିଶ୍ୱସ୍ତ ସୂଚନାରୁ ଜଣାପଡିବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିବା ସୂତ୍ରରୁ ଜଣାପଡିଛି। ଚଢାଉ ସମୟରେ ଜବତ ହୋଇଥିବା ଡକ୍ୟୁମେଣ୍ଟ, ଡିଜିଟାଲ୍ ରେକର୍ଡ ଏବଂ ସମ୍ପତ୍ତି ଫାଇଲଗୁଡ଼ିକ ଅଧିକାରୀମାନେ ଯାଞ୍ଚ କରୁଥିବା ଜଣାପଡିଛି। ଆୟକର ବିଭାଗ ଏପର୍ଯ୍ୟନ୍ତ ତଦନ୍ତାଧୀନ ସମ୍ପତ୍ତିର ମୋଟ ସଂଖ୍ୟା କିମ୍ବା ଅଭିଯାନର ଅବଧି ପ୍ରକାଶ କରିନାହିଁ।

Leave a Reply

Your email address will not be published. Required fields are marked *