ଚୌଦ୍ବାର ଜେଲ୍ରୁ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକଂପା । ନିଲମ୍ବନର ମାତ୍ର ୧୫ ଦିନ ପରେ କର୍ମଚାରୀଙ୍କୁ ପୁନଃନିଯୁକ୍ତି କରାଯାଇଛି । ଚିଫ୍ ୱାର୍ଡର ଭଗତ ଚରଣ ରାମଙ୍କୁ ଅକ୍ଟୋବର ୩ରେ ନିଲମ୍ବନ ହୋଇଥିଲେ । ଅକ୍ଟୋବର ୧୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମିଳିଛି ପୁନଃନିଯୁକ୍ତି । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମରିଥିଲା । ଏହାକୁ ନେଇ ନିଆଯାଇଥିବା ନିଲମ୍ବନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନା କେବଳ ଲୋକ ଦେଖାଣିଆ ତାହାକୁ ନେଇ ଉଠିଛି ପ୍ରଶ୍ନ । ସୂଚନା ଯୋଗ୍ୟ; ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ଜେଲରୁ ଫେରାର ହୋଇଯାଇଥିଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ । କଡ଼ା ପହରା ସତ୍ତ୍ବେ ଲୁହା ରଡ଼ କାଟି କମ୍ବଳ ଜରିଆରେ ପାଚେରୀ ଡ଼େଇଁ ଦୁଇ ବିହାରୀ ଅପରାଧି ଫେରାର ହୋଇଯାଇଥିଲେ । ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ବେଳେ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବା ୨ ବିହାରୀ କାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍ ରେ ଜିମା ଦେଇଥିଲେ । Post navigation Lalu Yadav Family Feud: ତୀବ୍ର ହେଲା ଲାଲୁଙ୍କ ପରିବାର ବିବାଦ; କିଡନୀ ପ୍ରତିରୋପଣ ଉପରେ ଅପମାନ ଅଭିଯୋଗ ଆଣିଲେ ରୋହିଣୀ ଆଚାର୍ଯ୍ୟ