ଆଇନଜୀବୀ କଲ୍ୟାଣ ପାଣ୍ଠି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ଆଇନଜୀବୀ କଲ୍ୟାଣ ପାଣ୍ଠି ସହାୟତା ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ପୀତାମ୍ବର ଆଚାର୍ଯ୍ୟ ଧନ୍ୟବାଦ ଜଣାଇଛନ୍ତି । ମୃତ୍ୟୁ ଓ ଅବସରକାଳୀନ ସହାୟତା ରାଶି ସାଢ଼େ ୪ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ଏବେ ଏହା ୯ ଲକ୍ଷ ଟଙ୍କା ହୋଇଛି । ୯୦ ମୃତ ଆଇନଜୀବୀ ପରିବାରକୁ ୩ କୋଟି ୮୬ ଲକ୍ଷ ଅର୍ଥ ରାଶି ପ୍ରଦାନ କରାଯାଇଛି । ଯୁବ ଆଇନଜୀବୀମାନଙ୍କୁ ସୁଲଭ ମୂଲ୍ୟରେ ଗୃହ, ଜମି ଯୋଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଆଇନ, ମିଲନ କାନୁନଗୋ, ପ୍ରବୀଣ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ ଏବଂ OSBC ଉପାଧ୍ୟକ୍ଷ ରାଜୀବ ଲୋଚନ ମହାନ୍ତି ଉପସ୍ଥିତ ଥିଲେ । Post navigation Lokayukta Appointment In Odisha: ୬ ସପ୍ତାହ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ସାରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ Naveen Holds Meeting With BJD MLAs: ବିଜେଡି ବିଧାୟକ ମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ଆଲୋଚନା