ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କରିଛି ଆଇଆଇଟି ବମ୍ବେ । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେ ଏନେଇ ବଡ଼ ନିଷ୍ପତ୍ତି ନେଇଛି । ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା । ଆଇଆଇଟି ବମ୍ବେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରାଯାଇଛି । ପୂର୍ବରୁ IIT ରୁର୍କି, JNU, ଜାମିଆ ମିଲିଆ ଇସଲାମିଆ ତୁର୍କୀ ସହ ଚୁକ୍ତି ବାତିଲ୍ କରିଛନ୍ତି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନକୁ ତୁର୍କୀ ଖୋଲା ସମର୍ଥନ କରୁଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ଭାରତ ତୁର୍କୀକୁ ବ୍ୟାନ କରିଛି । Post navigation ବୌଦ୍ଧରେ ପ୍ରକଳ୍ପ ଗୁଡ଼ିକୁ ଅଧିକ ତ୍ୱରାନ୍ୱିତ ଗତିରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାଠଯୋଡ଼ିରେ ଅଘଟଣ: ଜଣେ ଇଞ୍ଜିନିୟରଙ୍କ ମୃତ; ଆଉ ଜଣେ ନିଖୋଜ