ଓଡିଶା, ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଆଇଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ । ବାଇକ୍‌ରେ ୨ ସିଆରପିଏଫ ଯବାନ ଆସୁଥିବା ବେଳେ ବିସ୍ଫୋରଣ । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ ବିସ୍ରା ଅଣାଯାଉଥିବା ବେଳେ ଆଇଇଡି ବିସ୍ଫୋରଣ ହୋଇଛି । ନକ୍ସଲଙ୍କ ଦ୍ବାରା କରାଯାଇଥିବା ବିସ୍ଫୋରଣ ଯୋଜନା ବିଫଳ ହୋଇଛି। ଏଥିରେ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ଅନ୍ୟପଟେ ଆଇଇଡି ବିସ୍ଫୋରଣ ପରେ ଝାଡ଼ଖଣ୍ଡ ପୋଲିସ, ସିଆରପିଏଫଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସୂଚନା ଅନୁସାରେ, ଝାଡ଼ଖଣ୍ଡ ସୀମାନ୍ତରେ ସିଆରପିଏଫ ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଆହତ ଯବାନଙ୍କ ଚିକିତ୍ସା ପାଇଁ ବାଇକ୍‌ରେ ୨ ଜଣ ଯବାନ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ମେଡିକାଲ ଆସୁଥିଲେ । ଏହି ସମୟରେ ଏକ ପୋଲ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ହୋଇଛି । ଅଳ୍ପକେ ୨ ଯବାନ ବର୍ତ୍ତି ଯାଇଛନ୍ତି । ଯବାନଙ୍କର କିଛି ବି କ୍ଷତି ହୋଇନାହିଁ । ଏବେ ବିସ୍ରା ସ୍ୱାସ୍ଥ୍ୟ କେନ୍ଦ୍ରରେ, ଏକ ମହୁମାଛି କାମୁଡ଼ିଥିବା ଜବାନଙ୍କ ଚିକିତ୍ସା ଚାଲିଛି। ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛ।

Leave a Reply

Your email address will not be published. Required fields are marked *