ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆବେଦନକୁ ଖାରଜ କଲା ଆଇସିସି । ନୋ ହ୍ୟାଣ୍ଡସେକ’ ବିବାଦକୁ ନେଇ ଆଇସିସିର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଅନୁରୋଧକୁ ପ୍ରତ୍ୟାଖ୍ୟାନ । ଏସୀୟ କ୍ରିକେଟ କାଉନ୍ସିଲ୍ ଏହି ନିଷ୍ପତ୍ତି ନେଇଥିଲା ଜଣାଇଲା ଆଇସିସି । ଆଇସିସି ନିଜ ଚିଠିରେ ସ୍ପଷ୍ଟ କରି ଦେଇଛି ଯେ, ମ୍ୟାଚ୍ ରେଫରୀ ଭାରତୀୟ ଦଳ ପାଇଁ କାମ କରୁ ନ ଥିଲେ । ସେ ଏସିସିର ଅଧିକାରୀଙ୍କ ଅନୁସାରେ ମ୍ୟାଚ୍ ପରିଚାଳନା କରିଥିଲେ । ଏସିଆ କପ୍ ୨୦୨୫ ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗାଙ୍କ ସହ ହାତ ମିଳାଇ ନ ଥିଲେ । ମ୍ୟାଚ୍ ସରିବା ପରେ ବି ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମଧ୍ୟ ମିଳାଇ ନ ଥିଲେ । ଏପରିକି ଡ୍ରେସିଂ ରୁମର କବାଟ ବନ୍ଦ କରି ଦେଇଥିଲେ ଭାରତୀୟ ଖେଳାଳି । ଏହାକୁ ନେଇ ଖୁବ ବିବାଦୀୟ ପରିସ୍ଥିତି ଉପୁଜିଛି । ଏହି ମାମଲାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଆଇସିସି ନିକଟରେ ଅଭିଯୋଗ କରିଥିଲା । ମାତ୍ର ଆଇିସିସି ପିସିିବିର ଉକ୍ତ ଦାବିକୁ ଖାରଜ କରି ଦେଇଛି , ଯେଉଁଥିରେ ଦାବି କରାଯାଇଥିଲା ଯେ, ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରାଫ୍ଟଙ୍କୁ ଏସିଆ କପରୁ ହଟାଯାଉ ଅନ୍ୟଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ଏସିଆ କପକୁ ବହିଷ୍କାର କରିବ । Post navigation ବାମରା ତହସିଲଦାର ଅଶ୍ବିନ ପଣ୍ଡା ନିଲମ୍ବିତ ନୂଆପଡ଼ା ଉପନିର୍ବାଚନ ପାଇଁ ସୃଷ୍ଟି ହେଲା ୫୬ଟି ନୂତନ ମତଦାନ କେନ୍ଦ୍ର