CA ପରୀକ୍ଷାକୁ ସ୍ଥଗିତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ମେ ମାସରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି । ଦେଶରେ ଅନେକ ରାଜ୍ୟରେ ବର୍ତ୍ତମାନ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଏଭଳି ସ୍ଥିତିରେ ଚାଟାର୍ଡ ଆକାଉଣ୍ଟର ପରୀକ୍ଷାକୁ ସ୍ଥଗିତ କରାଯାଇଛି ।

ଯେଉଁଥିରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍ ଫାଇନାଲ୍, ଇଣ୍ଟରମିଡିଏଟ୍ ଏବଂ ପୋଷ୍ଟ ଯୋଗ୍ୟତା ପାଠ୍ୟକ୍ରମ ପରୀକ୍ଷା ଆନ୍ତର୍ଜାତୀୟ ଟିକସ ମୂଲ୍ୟାଙ୍କନ ପରୀକ୍ଷା (INTT AT) ଅନ୍ତର୍ଭୁକ୍ତ । ଏହି ପରୀକ୍ଷା ୯ ମଇ ୨୦୨୫ ରୁ ୧୪ ମଇ ୨୦୨୫ ମଧ୍ୟରେ ହେବାର ଥିଲା। CA ଫାଇନାଲ୍ ଗ୍ରୁପ୍ ୧ ପରୀକ୍ଷା ମେ ୨, ୪ଏବଂ ୬ ତାରିଖରେ ହେବାକୁ ଥିବା ବେଳେ ଗ୍ରୁପ୍ ୨ ପରୀକ୍ଷା ମେ ୮, ୧୦ ଏବଂ ୧୩ ରେ ହେବାକୁ ଥିଲା। ସେହିପରି CA ଇଣ୍ଟରମିଡିଏଟ୍ ଗ୍ରୁପ୍ ୧ପରୀକ୍ଷା ମେ ୩, ୫ ଏବଂ ୭ ରେ ହୋଇଥିଲା। ମେ ୯, ୧୧ ଏବଂ ୧୪ ରେ ହେବାକୁ ଥିବା ଗ୍ରୁପ୍ ୨ ପରୀକ୍ଷା ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ICAI କହିଛି ଯେ, ସଂଶୋଧିତ ତାରିଖଗୁଡ଼ିକ ଯଥାସମ୍ଭବରେ ଘୋଷଣା କରାଯିବ। “ପ୍ରାର୍ଥୀମାନଙ୍କୁ ପ୍ରତିଷ୍ଠାନର ୱେବସାଇଟ୍ www.icai.org ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି,” ICAI ତାର ବିବୃତ୍ତିରେ କହିଛି।

Leave a Reply

Your email address will not be published. Required fields are marked *