ଦାୟିତ୍ବ ନେଲେ ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ ସିଂ। ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଜି ବିଧିବଦ୍ଧ ବାବେ ଦାୟିତ୍ବ ନେଇଛନ୍ତି ଦେଓରଞ୍ଜନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରେ ଦେଓରଞ୍ଜନ ଏହି ଆସନ ଅଳଙ୍କୃତ କରିଛନ୍ତି । ଉନ୍ନୟନ କମିଶନର ଥିବା ଅନୁ ଗର୍ଗଙ୍କ ମୁଖ୍ୟ ଶାସନ ସଚିବ ପଦ ମିଳିବା ପରେ ଏହି ଆସନ ଖାଲି ପଡ଼ିଥିଲା । ଗତକାଲି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଥିବା ଦେଓରଞ୍ଜନ କୁମାର ସିଂହଙ୍କୁ ନୂତନ ଉନ୍ନୟନ ଆୟୁକ୍ତଭାବେ ଦାୟିତ୍ୱ ମିଳିଥିଲା । ଏହା ସହିତ ଯୋଜନା ଏବଂ ସଂଯୋଜନା ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । Post navigation OPELIP Scheme Has Been Stopped: ବନ୍ଦ ହେଲାଣି ଓପିଲିପି ଯୋଜନା; ୧୩୬ ଲାଞ୍ଜିଆ ସୌରା ଗାଁ ଅବହେଳିତ