ଆସାମରେ ଏକ ତାଲିମ ମିଶନ ସମୟରେ ସୁଖୋଇ-30MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଶହୀଦ ହୋଇଥିବା ଭାରତୀୟ ବାୟୁସେନା (IAF) ପକ୍ଷରୁ ଶୁକ୍ରବାର ନିଶ୍ଚିତ କରାଯାଇଛି । ଶହୀଦ ହୋଇଥିବା ଦୁଇ ପାଇଲଟ୍ ହେଲେ ସ୍କ୍ଵାଡ୍ରନ୍ ଲିଡର୍ ଅନୁଜ ଓ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକର । ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ବିମାନଟି ଗୁରୁବାର ସନ୍ଧ୍ୟାରେ ଜୋରହାଟର ଏୟାରବେସ୍ ରୁ ଉଡ଼ାଣ ଆରମ୍ଭ କରିଥିଲା କିନ୍ତୁ ସନ୍ଧ୍ୟା ପ୍ରାୟ ୭:୪୨ ମିନିଟ୍ ରେ ଭୂମି ନିୟନ୍ତ୍ରଣ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା । ପରେ ଜେଟ୍ ଟି ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂର କାର୍ବି ଆଂଲୋଙ୍ଗ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଦୁର୍ଘଟଣା ସମୟରେ ଅଞ୍ଚଳରେ ଏକ ଜୋରରେ ବିସ୍ଫୋରଣ ପରି ଶବ୍ଦ ଶୁଣିବା ସୂଚନା ଦେଇଥିଲେ, ଯାହା ପରେ ସନ୍ଧାନ ଏବଂ ଉଦ୍ଧାର ଦଳକୁ ତୁରନ୍ତ ନିୟୋଜିତ କରାଯାଇଥିଲା । ଘଟଣା ଘଟିବା ସମୟରେ ବିମାନଟି ଏକ ନିୟମିତ ତାଲିମ ଯାତ୍ରାରେ ଥିଲା । ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ମିଳିବା ସହ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । Post navigation Major Gubernatorial Reshuffle: ବଦଳିଲେ ଏକାଧିକ ରାଜ୍ୟପାଳ ଓ ଉପରାଜ୍ୟପାଳ