ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି  ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋହନ ସରକାରଙ୍କ ଟିମ୍‌କୁ ଶୁଭେଛା ଜଣାଉଛି । ସେମାନେ ବର୍ଷକ ଭିତରେ ବେଶ୍‌ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ବର୍ଷକ ଭିତରେ ବେଶ୍‌ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି । ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କାନଡ଼ା ଗସ୍ତରେ ଥିଲା ବେଳେ ଟ୍ରମ୍ପ୍‌ ନିମନ୍ତ୍ରଣ କଲେ । ମତେ ଟ୍ରମ୍ପ ଫୋନ୍‌ କଲେ ଆମେରିକା ଯିବା ପାଇଁ । ହେଲେ ମୁଁ ତାଙ୍କୁ ନମ୍ରତାର ସହ ମନା କଲି । କାରଣ ମତେ ଜଗନ୍ନାଥଙ୍କ ମାଟିକୁ ଆସିବାକୁ ଥିଲା । ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି । ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି ।

ମୋଦି କହିଛନ୍ତି ଏଠି ବିଜେପି ସରକାର ବନିଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା ।ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା। ଏହା ରାଜନୈତିକ ବିଜୟ କିମ୍ବା ପରାଜୟର ବିଷୟ ନୁହେଁ। କୋଟି କୋଟି ଭକ୍ତଙ୍କ ବିଶ୍ୱାସକୁ ସମ୍ମାନ ଦେବା ପାଇଁ ଏହା କରାଯାଇଛି।

 

Leave a Reply

Your email address will not be published. Required fields are marked *