ବେନିୟମ ଭାବେ ବାର୍ଷିକ ୨୦ ପ୍ରତିଶତ ହାରରେ ସ୍କୁଲ ଫିସ ବୃଦ୍ଧି କରୁଥିବାରୁ ଆଜି ବିଜେଇମ ସ୍କୁଲ ର ଅଭିଭାବକ ସଂଘ ର କର୍ମକର୍ତ୍ତା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଭିତରେ ଆଲୋଚନା ପାଇଁ ସ୍ଥିରୀକୃତ ହୋଇଥିଲା । ସେଥିପାଇଁ ପ୍ରାୟ ୫୦୦ ରୁ ଉର୍ଦ୍ଧ ଅଭିଭାବକ ଆଜି ସକାଳୁ ସ୍କୁଲ ସମୁଖରେ ରୁଣ୍ଡ ହୋଇ ସ୍କୁଲ ବିରୁଦ୍ଧରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗେଟ ସମ୍ମୁଖରେ ନାରାବାଜି କରିଥିଲେ । ପୂର୍ବରୁ ଗତ ରବିବାର ମଧ୍ୟ ଏପରି ଢଙ୍ଗରେ ଅଭିଭାବକ ମାନେ ରୁଣ୍ଡ ହୋଇ ନାରାବାଜି କରିଥିଲେ । ଯେହେତୁ ସ୍କୁଲ ଅଭିଭାହାବକ ସଙ୍ଘ ଆସନ୍ତା କାଲି ସୋମବାର ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଆବେଦନ ଧର୍ଯ୍ୟ ହେବା ପରେ ସ୍କୁଲ କର୍ତୁପକ୍ଷ ଙ୍କ ନିଦ ହଜି ଯାଇଛି । ତେଣୁ ସ୍କୁଲ କର୍ତ୍ତୃପକ୍ଷ ତରବର ହୋଇ ଆଜି ସକାଳ ୧୧ ଟାରେ ବଡଗଡ ଥାନା ଅଧିକାରୀ ଶ୍ରୀ ତୃପ୍ତି ରଞ୍ଜନ ନାୟକ ଙ୍କ ମଧ୍ୟାସ୍ତା ରେ ଆଲୋଚନା ପାଇଁ ସମୟ ଦେଇଥିଲେ । ତଦ ମୁତାବକ ସ୍କୁଲ ଅଭିଭାବକ ସଂଘ ର ଛଅ ଜଣ ଅଭିଭାବକ ଆଲୋଚନା ପାଇଁ ସ୍କୁଲ ଭିତରକୁ ଯାଇଥିଲେ । ସ୍କୁଲ ସଂଘ ତରଫରୁ ସଭାପତି ରଞ୍ଜନ କୁମାର ଦାଶ ଙ୍କ ନେତୃତ୍ୱରେ ଶ୍ରୀ ନିତ୍ୟାନନ୍ଦ ବେହେରା, ସତ୍ୟ ସୁନ୍ଦର ସାହୁ, ଅସିତ୍ ଦାସ, ସିମା ଚକ୍ରବର୍ତ୍ତୀ ଓ ନିବେଦିତା ଦାସ ସ୍କୁଲ କର୍ତ୍ତୃପକ୍ଷ ତରଫରୁ ପ୍ରିନିସିପାଳ ସନ୍ଧ୍ୟା ଜେନା, ଚେୟାରମେନ ଶ୍ରୀ ରଘୁନାଥ ମିଶ୍ର, ମ୍ୟାନେଜର ଶ୍ରୀ ପ୍ରତାପ ଜେନା ଙ୍କ ସହିତ ଦୀର୍ଘ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ । ପ୍ରକାଶ ଥାଉ କି,ମନ୍ୟବର ଜଷ୍ଟିସ କେ. ପି. ମହାପାତ୍ର କମିଟିର ସୁପାରିଶ ଅନୁଯାଇ ପ୍ରାଇଭେଟ ସ୍କୁଲ କର୍ତ୍ତୃପକ୍ଷ କୌଣସି ଫିସ ସଂକ୍ରାନ୍ତୀୟ ନିଷ୍ପତି ନେବା ପୂର୍ବରୁ ଅଭିଭାବକ ସଙ୍ଘ ସହିତ ଆଲୋଚନା କରିବା ଜରୁରୀ । କିନ୍ତୁ ବିଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷ ଏଥିରେ ବ୍ୟତିକ୍ରମ କରି ଅଭିଭାବକଙ୍କ ସହ ବିନା ଆଲୋଚନାରେ ୨୦ ପ୍ରତିଶତ ହାରରେ ପ୍ରତିବର୍ଷ ଫିସ ବୃଦ୍ଧି କରିଛନ୍ତି । ଅଭିଯୋଗ କରିବାରେ ଅଭିଭାବକଙ୍କୁ ସ୍କୁଲରୁ ତୁରନ୍ତ ପିଲାଙ୍କୁ ନେଇ ଅନ୍ୟତ୍ର ପାଠ ପଢେଇବାକୁ ତାଗିଦ ମଧ୍ୟ କରୁଛନ୍ତି । ନିୟମତଃ ସ୍କୁଲ ପରିଚାଳନା କମିଟିରେ ଅଭିଭାବକ ମାନଙ୍କ ତରଫରୁ ଯେଉଁମାନେ ପ୍ରତିନିଧି ରହିବେ ତାକୁ ସ୍କୁଲର ଅଭିଭାବକ ମାନଙ୍କୁ ନେଇ ଗଠିତ ରେଜିଷ୍ଟ୍ରେଡ଼ ଅଭିଭାବକ ସଙ୍ଘର ଅନୁମୋଦନ ରେ ହେଵା ଉଚିତ । ହେଲେ ସ୍କୁଲ କର୍ତ୍ତୃପକ୍ଷ ମନ୍ଦ ଉଦ୍ୟେଶ୍ୟ ରଖି ନିଜକୁ ସୁହାଇଲା ଭଳି ନିଜର ମନ ମୁତାବକ ଦୁଇ ଜଣ ଅଭିଭାବକଙ୍କୁ ଏହି କମିଟିରେ ରଖି ସବୁ ବେଆଇନ କାମକୁ ସ୍ବୀକାରୋକ୍ତି ଉଦ୍ୟେଶରେ ବିନିଯୋଗ କରୁଛନ୍ତି । ଗଣଶିକ୍ଷା ବିଭାଗ ଏଥିରେ ପୁରା ଚୁପ । ୨୦୦୯ ମସିହାରୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ କ୍ଷତିରେ ଚାଲୁଥିବା ଦର୍ଶାଇ ଚାଲିଛନ୍ତି ଏହାର ସଠିକ ଅନୁଧ୍ୟାନ,ହିସାବ ଓ ତଦନ୍ତ ଆଇନତଃ ବିଭାଗ କରିବା କଥା । ଏହି ଅବ୍ୟବସ୍ଥାରେ ବୀତସ୍ପୃହ ହୋଇ କିଛି ଅଭିଭାବକ ଆତ୍ମହୁତି ଓ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେବା ଘଟଣା ଘଟି ଯାଇଛି । ସ୍କୁଲ ଅଭିଭାବକ ସଙ୍ଘ ଏଥିରେ ହସ୍ତକ୍ଷେପ କରି ଘଟଣାର ସ୍ଥିରତା ଆଣିଛି । ଆଜି ଆଲୋଚନା ରେ ମୁଖ୍ୟତଃ ତିନୋଟି ଦାବୀ ଉପରେ ଆଲୋଚନା ହୋଇଥିଲା । ପ୍ରଥମ ଦାବୀ – ସ୍କୁଲ ଫିସ ବୃଦ୍ଧି ଉପରେ ମ୍ୟାନେଜମେଣ୍ଟ ଏ ସଂକ୍ରାନ୍ତ ରେ ଅଳ୍ପ ଦିନ ଭିତରେ ଆଉ ଥରେ ପରିଚାଳନା କମିଟି ବୈଠକ କରି ଆଲୋଚନା କରିବା ପାଇଁ ଅଭିଭାବକ ସଙ୍ଘ ଦାବି କରିଛି । ସ୍କୁଲ ମ୍ୟାନେଜର ଶ୍ରୀ ପ୍ରତାପ ଜେନା ଏଥିରେ ସମତି ଦେଇଥିବା ଜଣା ପଡ଼ିଛି । ଦ୍ୱତୀୟ ଦାବୀ ରେ ସ୍କୁଲ କର୍ତ୍ତୃପକ୍ଷ ଗତ ପାଞ୍ଚ ବର୍ଷ ର ଆୟବ୍ୟୟ ହିସାବର ଅଡ଼ିଟେଡ଼ ବାଲାନ୍ସ ସିଟ ସହ ଟିକ ନିକ ଖର୍ଚ୍ଚ ସ୍କୁଲ ୱେବ୍ସାଇଟ ରେ ଅପଲୋଡ଼ କରିବାକୁ ରାଜି ହୋଇଥିବା ଜଣା ପଡ଼ିଛି । ତୃତୀୟ ଦାବୀ ଅନୁଯାଇ ଆସନ୍ତା ବର୍ଷ ୨୦୨୬ ମସିହାଠୁ ମ୍ୟାନେଜମେଣ୍ଟ ସ୍କୁଲ ଅଭିଭାବକ ସଙ୍ଘ ସହ ଆଲୋଚନା କରି ମନୋନୀତ ଅଭିଭାବକ ପ୍ରତିନିଧି ମାନଙ୍କୁ ଏସ ଏମ ସି ( SMC) କମିଟି ରେ ରଖିବାକୁ ରାଜି ହେଇଛନ୍ତି ବୋଲି ସଂଘ ର ସଭାପତି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି । ଯେହେତୁ ଆସନ୍ତା କାଲି ସ୍କୁଲ ଅଭିଭାବକ ସଙ୍ଘ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଭେଟୁଛି ତେଣୁ ପ୍ରଶାସନ ଏହୀ ଘଟଣା ଉପରେ କଣ ପଦକ୍ଷେପ ନେଉଛି ତାହା ଜଣା ପଡିବ । ଏହି ପ୍ରାଇଭେଟ ସ୍କୁଲ ମାନଙ୍କ ମନାମାନୀ ରୋକିବାକୁ ସ୍ୱତନ୍ତ୍ର ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେଇ ତାଙ୍କ ଦୌରାତ୍ମ୍ୟ ସମାପନ ପାଇଁ ହସକ୍ଷେପ କଲେ ଲକ୍ଷ ଲକ୍ଷ ଅଭିଭାବକ ଯନ୍ତ୍ରଣା ରୁ ମୁକ୍ତି ପାଇବେ ଓ ବର୍ତମାନ ସରକାର ଲୋକଙ୍କ ସରକାର ଓ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରଚାର ହେଉଛି ତେଣୁ ତୁରନ୍ତ ଓ ତ୍ୱରିତ ପଦକ୍ଷେପ ନେଇ ଅଭିଭାବକ ମାନଙ୍କ ପ୍ରିୟ ଭଜନ ହେବେ ବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି । ଆସନ୍ତା କାଲି ମୂଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ଅଫିସରୁ ୪୦୦୦ ଅଭିଭାବକ ନ୍ୟାୟ ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି । Post navigation କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର