ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣର ସୁନା ଓ ରୁପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ ।ମୁମ୍ବାଇରୁ ଭୁବନେଶ୍ବରକୁ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ଚଢ଼ାଉ କରି ବହୁ ପରିମାଣର ସୁନା-ରୁପା ଜବତ ସହ ୪ଜଣଙ୍କୁ ଅଟକ ରଖିଛି ସିଜିଏସଟି। ଜବତ ହୋଇଥିବା ଦୁଇଟି କଣ୍ଟେନରରେ ମଧ୍ୟରୁ ଗୋଟିକର ପାଖାପାଖି ୮୦ କେଜି ସୁନା ଓ ଅନ୍ୟ କଣ୍ଟେନରରେ ଦେଢ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ସୂଚନା ରହିଛି । ତେବେ ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ । ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୁପା ଭୁବନେଶ୍ବରକୁ କାହିଁକି ଆସୁଥିଲା ତାହା ତଦନ୍ତ ଆରମ୍ଭ କରିଛି ଉଭୟ ପୋଲିସ ଓ ସିଟି ଜିଏସଟି ବିଭାଗ । ତେବେ ଜବତ ହୋଇଥିବା ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। Post navigation ଆସିଲା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନ୍; ଜାଣନ୍ତୁ କେଉଁ ମାନେ ଏବଂ କିପରି କରିପାରିବେ ଆବେଦନ ତିନି ଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରଜିତ ପଶାୟତ