ସୋମ‌ବାର ଦିନ ସୁପ୍ରିମକୋର୍ଟ ପଚାରିଛନ୍ତି ଜୟ ଶ୍ରୀରାମର ନାରା ଦିଆଯିବା କିପରି ଅପରାଧିକ ମାମଲା ହେବ ? କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ଏକ ମସଜିଦରେ ଜୟ ଶ୍ରୀରାମ ନାରା ଦିଆଯିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିବାକୁ ଚ୍ୟାଲଜ୍ କରି ଲେଞ୍ଜ ସୁପ୍ରିମକୋର୍ଟରେ ଦାୟର ହୋଇଛି ଏକ ପିଟିସନ । ଏହାର ଶୁଣାଣି କଲା ବେଳେ ଜଷ୍ଟିସ ପଙ୍କଳ ମିଥଲ ଏବଂ ଜଷ୍ଟିସ୍ ସଂନ୍ଦୀପ ମେହେଟ୍ଟାଙ୍କୁ ନେଇ ଖଣ୍ଡପୀଠ ଏହି ପ୍ରଶ୍ନ କରିଛନ୍ତି ଯେ, ହାଇଦର ଅଲ୍ଲୀଙ୍କ ପକ୍ଷରୁ ଦାୟର ହୋଇଥ‌ିବା ଏହି ମାମଲାର ଶୁଣାଣି କଲା ବେଳେ ସୁପ୍ରିମକୋର୍ଟର ଖଣ୍ଡପୀଠ ପଚାରିଛନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ନାମ ଏବଂ ଧାଡିର ନାରା ଦେଇଛନ୍ତି ଏହା କିପରି ଅପରାଧ ?

ସେହିପରି ସର୍ବୋଚ୍ଚ ଅଦାଲତ ଯେଉଁ ବ୍ୟକ୍ତି ମାନଙ୍କ ବିରୋଧରେ ଅଭିଯୋଗ ହୋଇଛି ସେମାନଙ୍କୁ କିପରି ଚିହ୍ନଟ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆପଣ କହୁଛନ୍ତି ସିସିଟିଭିରେ ତାହା କଏଦ ଅଛି । ପିଟିସନରଙ୍କ ପକ୍ଷରୁ ଉପସ୍ଥିତ ଥିବା ଦେବଦତ୍ତ କାମାତଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ ସେହି ବ୍ୟକ୍ତି ମାନେ ଭିତରକୁ ପ୍ରବେଶ କରିଥିଲେ ବୋଲି କିଏ ଚିହ୍ନଟ କରିଥିଲେ ? ଏହି ସମୟରେ କାମତ କହିଥିଲେ ଯେ, ଏଫଆଇଆର ଅପରାଧର ଜ୍ଞାନକୋଶ ନୁହେଁ । । ସେତିକି ବେଳେ ଖଣ୍ଡପୀଠ ପଚାରିଥିଲେ ଯେ ପ୍ରକୃତରେ କେଉଁ ମାନେ ମସଜିଦ ଭିତରକୁ ଯାଇଥିଲେ ତାହାକୁ କ’ଣ ଚିହ୍ନଟ କରାଯାଇଛି କି ? ଏହାର ଉତ୍ତରରେ ଆଡଭୋକେଟ କାମତ୍ କହିଥିଲେ କର୍ଣ୍ଣାଟକ ରାଜ୍ୟ ପୁଲିସ ଏହାର ଉତ୍ତର ଦେଇପାରିବ ।

Leave a Reply

Your email address will not be published. Required fields are marked *