ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ, ଅହମ୍ମଦାବାଦ ଜଣେ ଏବଂ କୋଲକାତାରେ ଆଉ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ଦେଶରେ ଏବେ ମୋଟ ୪ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ହସ୍ପିଟାଲରେ ୮ ମାସର ଏକ ଶିଶୁ ଏବଂ ୩ ମାସର ଏକ ଶିଶୁ ଠାରେ ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଗୁଜୁରାଟ ଅହମ୍ମଦାବାଦରୁ ଜଣେ ଦୁଇ ମାସର ଶିଶୁ ଠାରେ ଉକ୍ତ ରୋଗ ଚିହ୍ନଟ ହୋଇଛି । ସେହିପରି କୋଲକାତାରେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି । ଗତ ନଭେମ୍ବରରେ HMPV ଚିହ୍ନଟ ହେବା ପରେ ହସ୍ପିଟାଲ୍ରେ ସେ ସୁସ୍ଥ ହୋଇଥିବା ସୂଚନା ମିଳିଛି । Post navigation କର୍ଣ୍ଣାଟକରେ ଆରମ୍ଭ ହେଲା ମାସ୍କ କଟକଣା ଜାନୁଆରି ୮ ଓ ୯ ତାରିଖରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ