ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା। ୨୮ ବର୍ଷୀୟ ସମୀର ଦାସ ନାମକ ଯୁବକଙ୍କୁ ପିଟି ପିଟି ସଂଘବଦ୍ଧ ହତ୍ୟା କରାଯାଇଛି। ଛୁରୀ ଭୁଷିବା ସହ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ପରେ ଅପରାଧୀମାନେ ଏକ ଅଟୋ-ରିକ୍ସା ମଧ୍ୟ ଲୁଟି ନେଇଥିଲେ। ପୀଡିତାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଅପରାଧୀଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଚଢାଉ ଆରମ୍ଭ କରିଛି। ଗତ ୨୫ ଦିନରେ ୭ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସୂଚନା ଯୋଗ୍ୟ; ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ସଦ୍ୟତମ ଆକ୍ରମଣରେ ସମୀର ଦାସ ନାମକ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ବାଂଲାଦେଶରେ ପିଟି ପିଟି ହତ୍ୟା କରାଯାଇଛି। ଚିଟାଗଙ୍ଗର ଦାଗାନଭୂଇଁଆନରେ ଅଟୋ ଚାଳକ ସମୀର ଦାସଙ୍କୁ ନିର୍ମମ ଆକ୍ରମଣ କରାଯାଇଛି।ଆକ୍ରମଣକାରୀମାନେ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା ପରେ ଅପରାଧୀମାନେ ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚୋରି କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସମୀରଙ୍କୁ ଦେଶୀ ଅସ୍ତ୍ରଶସ୍ତ୍ରରେ ହତ୍ୟା କରାଯାଇଥିଲା ଏବଂ ପିଟି ପିଟି ହତ୍ୟା କରାଯାଇଥିଲା। Post navigation Humane Sagar Death Case: କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା Fire breaks out at Jharsuguda Railway Station: ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ