ଚର୍ଚ୍ଚିତ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ଅନିଲ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୂଳ ଠକେଇ ମାମଲାରେ ଉଭୟଙ୍କୁ ମିଳିଛି ଜାମିନ । ପୂର୍ବରୁ ଭୁଲ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ମିଳିଥିଲା ଜାମିନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟେ ପାସପୋର୍ଟ ସରେଣ୍ଡର କରିବେ । ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ । ସହର ବାହାରକୁ ଯିବାକୁ ହେଲେ ଆଇଓଙ୍କ ଅନୁମତି ନେବେ । ଆବଶ୍ୟକ ହେଲେ ନିମ୍ନ ଅଦାଲତ ଅତିରିକ୍ତ ସର୍ତ୍ତ ରଖିପାରିବେ ବୋଲି ସୋମବାର ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲଖ କରିଛନ୍ତି । Post navigation ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରମାକାନ୍ତ ରଥଙ୍କ ହେଲା ଶେଷକୃତ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଗାର୍ଡ ଅଫ ଅନର